ମୁଖ୍ୟ ଖବର
ଭୁବନେଶ୍ବର: ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିବାଭଳି ଘଟଣା କେବଳ ରାଜ୍ୟ ପ୍ରତି ନୁହେଁ ବରଂ ପରିବେଶ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଛି। ବଢ଼ିବାରେ ଲାଗିଛି ଜଙ୍ଗଲ ନିଆଁ। ତେବେ ତମାମ ପ୍ରସଙ୍ଗ ଆଜିର ବିଧାନସଭାର ପ୍ରଥମାର୍ଦ୍ଧରେ ଉଠିବା ପରେ ଏହାର ଉତ୍ତର ରଖିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହଖୁଣ୍ଟିଆ। ମନ୍ତ୍ରୀ କହିଛନ୍ତି ଜଙ୍ଗଲ ନିଆଁକୁ ଟ୍ରକିଙ୍ଗ କରୁଛି ଜିପିଏସ। ମାଟିର ଉର୍ବରତା ପାଇଁ ଘଞ୍ଚ ଜଙ୍ଗଲରେ ନିଆଁ ଲଗାଯାଉଛି। କିଛି ଜାଗାରେ ଆଦିବାସୀମାନେ ଜଙ୍ଗଲରେ ନିଆଁ ଲଗାଇଥାନ୍ତି। ମକର ପରେ ପରେ ନିଜ ଜମିର ଉର୍ବରତା ବଢ଼ାଇବା ପାଇଁ ସେମାନେ ଜଙ୍ଗଲ ପୋଡ଼ି ଥାନ୍ତି। ଏବେ ଜିପିଏସ ସିଷ୍ଟମ ଦ୍ୱାରା ନିଆଁକୁ ଟ୍ରାକିଙ୍ଗ କରାଯାଉଛି। ଆଧୁନିକ ଜ୍ଞାନ କୌଶଳ ଏଆଇର ବ୍ୟବହାର କରାଯାଇ ଜଙ୍ଗଲ ନିଆକୁ ରୋକାଯାଇ ପାରୁଛି ଏବଂ ଶିକାରୀଙ୍କୁ ମଧ୍ୟ ରୋକାଯାଇପାରୁଛି। ଜୀବଜନ୍ତୁ ମୃତ୍ୟୁ ହାର କମିଛି, ଘଞ୍ଚ ଜଙ୍ଗଲ ରେ ନିଆଁ କମିଛି।
Comments ସମସ୍ତ ମତାମତ