ମୁଖ୍ୟ ଖବର
ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ନଦୀ ଜଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ କହିଛନ୍ତି, ବିଭାଗ ପକ୍ଷରୁ ନଦୀ ଜଳକୁ ତିନି ମାସରେ ଥରେ ପରୀକ୍ଷା କରାଯାଉଛି। ଆମେ କହିପାରିବା ନାହିଁ ସବୁ ସ୍ଥାନରେ ନଦୀ ଜଳ ଠିକ ଅଛି। କଳ କାରଖାନାରୁ ବର୍ୟ୍ୟ ବସ୍ତୁ ଆସୁଛି। ନିରନ୍ତର ଭାବେ ନଦୀ ଜଳ ଚେକ କରିବାକୁ ନିର୍ଦ୍ଦେଶ ରହିଛି। ବିଭାଗର ଅଧିକାରୀ ମାନେ ଭୁଲ କଲେ ଗୋଟେ ମାସର ଦରମା ବନ୍ଦ ହେବ ବୋଲି କହିଛନ୍ତି ମନ୍ତ୍ରୀ।
Comments ସମସ୍ତ ମତାମତ