Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଧାନସଭା: ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ୟ୍ୟକ୍ଷମ

    Share on :
    ajab-Image
    Date: Dec 3, 2025    Views: 2708

    ଭୁବନେଶ୍ୱର: ଆଜି ବିଧାନସଭା ପ୍ରଶ୍ନକାଳ ସ୍ୱାଭାବିକ ଚାଲିଛି । ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଶୀତଳ ଭଣ୍ଡାର ନେଇ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାମ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ୟ୍ୟକ୍ଷମ ରହିଛି । ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍‌ଡାର କାର୍ୟ୍ୟକ୍ଷମ ଅଛି । ବିଗତ୧୦ବର୍ଷରେ ରାଜ୍ୟରେ ୨୬ଟି ଶୀଳତ ଭଣ୍ଡାର ନିର୍ମାଣ ହୋଇଛି । ଏବେ ୨୨ଟି କାର୍ୟ୍ୟକ୍ଷମ ଓ ୪ଟି କାର୍ୟ୍ୟକ୍ଷମ ନାହିଁ । ଏହି ୨୨ଟି ମଧ୍ୟରୁ ୨୦ଟି ସରକାରୀ ଓ ୭୮ଟି ବେସରକାରୀ ଶୀତଳଭଣ୍ଡାର ରହିଛି । ସବ ଡିଭିଜନ ସ୍ତରରେ ୫୮ଟି ନିର୍ମାଣ ଲକ୍ଷ୍ୟ ରହିଛି, ଏଥିପାଇଁ ୨୫୨କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୧୫ଟି ନୂଆ ଓ ୨ଠି ଅଚଳ ଶୀତଳ ଭଣ୍ଡାର କାର୍ୟ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି ।

    ମନ୍ତ୍ରୀ କହିଛନ୍ତି ଯେ, ଯଦି ସବୁ ଶୀତଳ ଭଣ୍ଡାର କାର୍ୟ୍ୟକ୍ଷମ ହୋଇଥାନ୍ତା ଆଳୁ ଝଡ଼ ଦେଖିବାକୁ ମିଳିନଥାନ୍ତା। ସବଡିଭିଜନ ସ୍ତରରେ ୫୮ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗକୁ ବ୍ଲକ ସ୍ତରରେ ନିର୍ମାଣ ପାଇଁ ଯୋଜନା ରହିଛି। ୧୫ଟି ନୂଆ ଶୀତଳ ଭଣ୍ଡାର ପାଇଁ ଦରଖାସ୍ତ ପହଞ୍ଚିଛି। ୨ଟି ଅଚଳ ହୋଇପଡ଼ିଥିବା ଶୀତଳ ଭଣ୍ଡାର କାର୍ୟ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି। ଯେଉଁଥିରୁ ୫ଟିକୁ ସରକାର ଅନୁମୋଦନ ଦେଇଛନ୍ତି। ସରକାର ସବସିଡି ଦେବା ସହ ବିଦ୍ୟୁତ ଶୁଳ୍କ ରିହାତି ପାଇଁ ବି ବ୍ୟବସ୍ଥା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୨୩୯ ଟି ସୋଲାର କୋଲ୍ଡ ରୁମ୍ ଖୋଲାଯାଇଛି। ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ ବି ଏହି ପ୍ରସଙ୍ଗରେ ଅଂଶ ଗ୍ରହଣ କରି ଉଦବେଗ ଜଣାଇଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook