ମୁଖ୍ୟ ଖବର
ଭୁବନେଶ୍ଵର : ରାଜ୍ୟରେ ଥମୁନି ମଣିଷ ଓ ପଶୁ ଲଢେଇ। ଗତ ୧୦ ବର୍ଷ ମଧ୍ୟରେ ମଣିଷ ଓ ପଶୁ ଲଢେଇରେ ଯାଇଛି ୫,୬୦୯ ବନ୍ୟପ୍ରାଣୀଙ୍କ ଜୀବନ। ସେହିପରି ଗତ ୧୦ ବର୍ଷରେ ୧ ହଜାର ୩୯୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏଥି ନିମନ୍ତେ ସରକାର ୬୧୭୪.୬୮ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ବିଧାନସଭାରେ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
ଜଙ୍ଗଲ ମନ୍ତ୍ରୀ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟାରେ ରୋକ ଲଗାଇବା ନିମନ୍ତେ ବିଭାଗ ପକ୍ଷରୁ ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ପକ୍ଷୀ ସୁରକ୍ଷା ଶୀବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନ କୌଶଳର ଉପଯୋଗିତା ଦ୍ବାରା ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନିରିକ୍ଷଣ, ଶିକାର ନିରୋଧୀ ଦଳ ମୁତୟନ, ଜନ ସଚେତନତା ଇତ୍ୟାଦି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।
Comments ସମସ୍ତ ମତାମତ