ମୁଖ୍ୟ ଖବର
ଭୁବନେଶ୍ୱର: ଗୁରୁବାର ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଏହାକୁ ନେଇ ପ୍ରଥମେ ବିଜେପି ବିଧାୟକ ଜୟନାରାୟଣ ସିଂହ ଓ ପରେ ବାବୁ ସିଂହ କଟାକ୍ଷ କରିଛନ୍ତି । ଜଗତେ କେବଳ ଜନେ ହସିବେ ବୋଲି କହି ବାବୁ ସିଂହ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଅନାସ୍ଥା ଆଣିବାକୁ ହେଲେ ପାଖାପାଖି ସଂଖ୍ୟା ରହିବା କଥା । ଏକ ଦଶମାଂଶ ସଂଖ୍ୟା ଥାଇ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି, ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।
ସେହିପରି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କଟାକ୍ଷ କରି କହିଛନ୍ତି ଯେ ବିଜେଡି ଓ କଂଗ୍ରେସ ଭିତରେ ସିଲଭର ମେଡାଲ ପାଇଁ ଲଢେ଼ଇ ହେଉଛି । ଅନାସ୍ଥାର କୌଣସି ପ୍ରଭାବ ସରକାରଙ୍କ ଉପରେ ପନିବ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ପ୍ରକାଶ ଯେ ଗୁରୁବାର ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ସହ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳର ସହଯୋଗ ଲୋଡ଼ିଛି । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ ଆମେ ବିଜେଡିର ସହଯୋଗ ଲୋଡ଼ୁଛୁ । ସେମାନେ ଅନାସ୍ଥା ଆଣିଲେ ଆମେ ସମର୍ଥନ କରିବୁ ବୋଲି କହିଥିଲୁ । ଆମେ ଅନାସ୍ଥା ଆଣିଲେ ବିଜେଡିକୁ ସମର୍ଥନ ଦେବାକୁ ପୂର୍ବରୁ କହିଛୁ ବୋଲି ଶ୍ରୀ କାଡାମ କହିଛନ୍ତି ।
ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । ଅନାସ୍ଥା ପ୍ରସ୍ତାବ ରଖି କଂଗ୍ରେସ ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଦିଆଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହି ଚିଠି ଦେଇଛନ୍ତି ।ତେବେ ସବୁଠାରୁ ବଡ଼ କଥା ହେଲା ଉକ୍ତ ଚିଠିରେ ମୋଟ ୧୫ ଜଣ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି ।
Comments ସମସ୍ତ ମତାମତ