Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆସନ୍ତାକାଲି ଯାଏ ଗୃହ ମୁଲତବୀ

    Share on :
    ajab-Image
    Date: Sep 18, 2025    Views: 2716

    ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ  । ଆଜିଠୁ ସାତ ଦିନ ଯାଏ ଚାଲିବ ଏହି ଅଧିବେଶନ । ଗୃହର ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଏହା ଉପରେ ମଧ୍ୟ ଆଲୋଚନା ହୋଇଛି । ଏହା ପରେ ଗୃହ କାର୍ୟ୍ୟକୁ ଆସନ୍ତାକାଲି ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

    ପୂର୍ବାହ୍ନ ୧୧ଟାରେ ଗୃହରେ ଅଧ୍ୟକ୍ଷତା କରିବାକୁ ବାଚସ୍ପତି ସୁରମା ପାଢ଼ୀ ପହଞ୍ଚିଵା ପରେ ରାଜ୍ୟ ସଶସ୍ତ୍ରପୋଲିସବାହିନୀ ପକ୍ଷରୁ ପୋଲିସ ବାଦ୍ୟ ଧୁନରେ ଅଭିବାଦନ ଦିଆଯିବା ପରେ ଗୃହ ଭିତରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ପରେ ଶୋକ ପ୍ରସ୍ତାବ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଗୃହର ଆସୀନ ସଦସ୍ୟ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ଉପବାଚସ୍ପତି ରାଷ୍ଟ୍ର ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପୂର୍ବତନ ସଦସ୍ୟ ପ୍ରସନ୍ନ ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ ଭଞ୍ଜ, ମହମ୍ମଦ ରଫିକ ପ୍ରମୁଖ ପୂର୍ବତନ ସଦସ୍ୟ ଓ ଓଡିଶା ପୋଲିସ ଏବଂ ଆଇ ଆର ବାଟାଲିୟନର ଦିବଂଗତ ସଦସ୍ୟ ମାନଙ୍କ ଗୁଣାବଳୀ ବର୍ଣ୍ଣନା କରି ଶୋକ ବ୍ୟକ୍ତ କରିଥିଲେ। ଗୃହର ଶ୍ରଦ୍ଧାଞ୍ଜଳି ଜଣାଇ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହ ନେତାଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରି ଗୃହରେ ମୁଖ୍ୟ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ୟ୍ୟ,କଂଗ୍ରେସ ପକ୍ଷରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଶୋକ ପାଠ ଓ ସମ୍ପୃକ୍ତ ପରିବାର ପ୍ରତି ସମବେଦନା ଗୃହ ମାଧ୍ୟମରେ ଜଣାଇ ଥିଲେ।  ବାଚସ୍ପତି ଶ୍ରୀମତୀ ପାଢ଼ୀ ଶୋକ ପ୍ରସ୍ତାବ ରେ ଅଂଶ ଗ୍ରହଣ କରି ଦିବଂଗତ ସଦସ୍ୟ ମାନଙ୍କ ଜୀବନ କାଳରେ କରିଥିବା ଭଲ କାମଗୁଡିକର ସ୍ମୃତି ଚାରଣ କରିଥିଲେ। ଗୃହର ଶ୍ରଦ୍ଧାଞ୍ଜଳି ଶୋକ ସନ୍ତପ୍ତ ପରିବାରକୁ ଜଣାଇଦିଆଯିବ ବୋଲି ବାଚସ୍ପତି କହିଥିଲେ। ପରେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା।

    ​​​​​​​ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୮ରୁ  ୨୫ ତାରିଖ ଯାଏ ଚାଲିବ । ମଝିରେ ଗୋଟିଏ ଦିନ ସରକାରୀ ଛୁଟି ଛାଡ଼ି ଦେଲେ ଏଥିରେ ୭ଟି କାର୍ୟ୍ୟ ଦିବସ ରହିଛି । ଏହି ସ୍ୱଳ୍ପକାଳୀନ ଅଧିବେଶନ ବେଶ୍‌ ସରଗରମ ରହିବା ସମ୍ଭାବନା ଅଛି । ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିବାବେଳେ ବିଜେଡି ନାରୀ ସୁରକ୍ଷା, ସାର ଅଭାବ, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧିକୁ ପ୍ରମୁଖ ପ୍ରସଙ୍ଗ କରିବ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook