Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ତାରାଙ୍କ ପାଇଁ ସର୍ବଦଳୀୟ ବୈଠକ

    Share on :
    ajab-Image
    Date: Mar 13, 2025    Views: 3611

    ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ବାଚସ୍ପତି ତାଙ୍କୁ ୭ଦିନ ପାଇଁ ବିଧାନସଭାରୁ  ନିଲମ୍ବିତ କରିଥିବାବେଳେ ତାଙ୍କ ଉପରୁ ନିଲମ୍ବନ ହଟିବା ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାଯାଇଛି । 

    ପ୍ରକାଶ ଯେ  ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ।   ମଙ୍ଗଳବାର   ଗୃହରେ ହଙ୍ଗାମା କରିଥିଲେ ତାରା ବାହିନୀପତି । ବିଧାନସଭାରେ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ଚାଲିଥିବାବେଳେ ଦୁଇ ବିଧାୟକ ଜୟନାରାୟଣ ମିଶ୍ର ଏବଂ ତାରା ବାହିନୀପତିଙ୍କ ମଧ୍ୟ ହାତାହାତି ପରିସ୍ଥିତି ଉପୁଜିଥିଲା।  ପ୍ରବଳ ହଙ୍ଗାମା ଯୋଗୁଁ ଗୃହ ଚାଲିପାରିନଥିଲା ।  ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା।  ଉଭୟ ବିରୋଧୀ ଦଳର ସଦସ୍ୟମାନେ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ।  ଜୟ ନାରାୟଣ ପ୍ରସଙ୍ଗ ଉଠାଇ ବିଜେଡି ପ୍ରତିବାଦ କରିଥିଲା। ଏବଂ ନାରୀ ନିର୍ୟାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହରେ ହଙ୍ଗାମା କରିଥିଲା । ଏପରିକି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ। 

    Maximum 500 characters

    ତାଜା ଖବର View all

    Find Us on Facebook