Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସାଢେ ୧୧ଟା ଯାଏ ମୁଲତବୀ

    Share on :
    ajab-Image
    Date: Mar 13, 2025    Views: 3840

    ଭୁବନେଶ୍ଵର: ବିଧାନସଭାରେ ଗୁରୁବାର ଆରମ୍ଭରୁ ହିଁ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ପୋଲାଭରମ ପ୍ରସଙ୍ଗରେ ଆଲୋଚନା ଦାବି କରି ବିଜେଡି ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଛି। ଫଳରେ ଗୃହକୁ ସାଢେ ୧୧ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ।

    ପୋଲାଭରମ ପ୍ରସଙ୍ଗରେ ବିରୋଧୀ ବିଜେଡି ପ୍ରତିବାଦ କରିଛି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବି ପ୍ରସ୍ତାବ ଦେଇଥିଲା ବିଜେଡି। ଯାହାକୁ ମାନି ନ ଥିଲେ ବାଚସ୍ପତି। ଆଲୋଚନା ଦାବିରେ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ ଓ ନାରାବାଜି କରିଥିଲା ବିଜେଡ଼ି। ଅନ୍ୟପଟେ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି କଂଗ୍ରେସ ସଦସ୍ୟ । ଆଜି ମଧ୍ୟ କଂଗ୍ରେସ ସଦସ୍ୟ ବିଧାନସଭାକୁ ବୟକଟ କରିଛନ୍ତି। କଂଗ୍ରେସ ତାରାଙ୍କ ନିଲମ୍ବନ ହଟାଇବାକୁ ଅଡ଼ି ବସିଛି।

    Maximum 500 characters

    ତାଜା ଖବର View all

    Find Us on Facebook