ଭୁବନେଶ୍ୱର: ମହାନଦୀ ଅବବାହିକାରେ ନୂଆ ଜଳ ଭଣ୍ଡାର ଓ ବ୍ୟାରେଜ ହେବ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗୁରୁବାର ବିଧାନସଭାରେ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆ ପ୍ରକଳ୍ପ ଲାଗି ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲୁଛି । ପ୍ରକଳ୍ପ ଲାଗି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ସହ ତଥ୍ୟ ଆଦାନ ପ୍ରଦାନ ଚାଲିଛି । କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ସମ୍ପୃକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ନକ୍ସା ହସ୍ତାନ୍ତର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ