Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ବିଜେଡି :ବାବୁ ସିଂ

    Share on :
    ajab-Image
    Date: Jul 24, 2024    Views: 3824

    ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବକୁ ବଏକଟ କରି କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ବିଜେଡି । ସେମାନେ ବିରୋଧୀ ଆସନରେ ଥିବାରୁ ସହଜରେ ହଜମ କରିପାରୁ ନାହାନ୍ତି । ସେମାନେ ୨୪ ବର୍ଷ ସରକାରରେ ଥିଲେ, ସେହି ହ୍ୟାଙ୍ଗଓଭରରୁ ବାହାରି ପାରୁନାହାନ୍ତି । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଆଲୋଚନା ଚାହୁଁ ନାହିଁ ବୋଲି କହିଛନ୍ତି ଏକାମ୍ରର ବିଜେପି ବିଧାୟକ ବାବୁ ସିଂ ।
    ବାବୁ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ୮୦ରୁ ଅଧିକ ନୂଆ ବିଧାୟକ ଆସିଛନ୍ତି, ସେମାନେ ବିକାଶ ଚାହୁଁଛନ୍ତି, ହେଲେ ବିରୋଧୀ ପ୍ରଥମ ଦିନରୁ ହିଁ ଗୃହ ବନ୍ଦ କରାଇ ନୂଆ ବିଧାୟକମାନଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି । ଅନ୍ୟପଟେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହି ସାରିଛନ୍ତି, ତେଣୁ ଗୃହରେ ବିରୋଧୀ ଆଲୋଚନାକୁ ଆସିଲେ ନିର୍ୟ୍ୟାସ ବାହାରିବ ବୋଲି ସେ କହିଛନ୍ତି ।

    ବିଧାନସଭା ବଜେଟ୍ ଅଧିବେଶନର ୩ୟ ଦିନରେ ବି ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିବାବେଳେ, ସରକାର ଜାଣିଶୁଣି ଗୃହ ଚଳାଇବାକୁ ଚାହୁନାହାଁନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ । ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓ କହିଛନ୍ତି, ବାରମ୍ବାର ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଗୃହ ବନ୍ଦ ହେଉଛି, ରାଜ୍ୟ ସରକାରଙ୍କ ଆଚାର ନାହିଁ କି ବିଚାର ନାହିଁ । ଶାସକ ଦଳ କାର୍ୟ୍ୟ ପରାମର୍ଶଦାତା ବୈଠକ ଡକାଉ ନାହାନ୍ତି, ଯେଉଁଥିରୁ ଜଣାପଡୁଛି କି ସେମାନେ ଗୃହ ଚଳାଇବାକୁ ଚାହୁଁ ନାହାନ୍ତି ।

    ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୃହରେ କହିବାରେ ଅସୁବିଧା କଣ? ଗୃହ ବାହାରେ କାହିଁକି କହୁଛନ୍ତି? ବିଧାନସଭା ସମୟରେ ଗୃହ ହିଁ ମୁଖ୍ୟ । ରାଜ୍ୟପାଳ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରୁ ନିବୃତ୍ତ ରହିବ ବିଜେଡି । ଏଥିସହ ନୂଆ ସରକାର ଡ଼ରିକି ବସିଛି, ଗୃହ ଚାଲିଲେ ଦରଦାମ ପରି ପ୍ରସଙ୍ଗ ଉଠିବ । ଯେଉଁଥିପାଇଁ ସରକାର ଆଲୋଚନା ଚାହୁଁ ନାହାନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ଓଡିଶାର ସମ୍ପୂର୍ଣ୍ଣ ଉନ୍ନତି ବିଜେଡିର ଲକ୍ଷ୍ୟ, ଅପରାହ୍ନରେ ସାମ୍ବିଧାନିକ ନିୟମ ଅନୁସାରେ ଉପବାଚସ୍ପତି ନିର୍ବାଚନରେ ବିଜେଡି ଯୋଗ ଦେବ ବୋଲି କହିଛନ୍ତି ବଲାଙ୍ଗୀରର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook