Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ

    Share on :
    ajab-Image
    Date: Jul 6, 2024    Views: 2976

    ଭୁବନେଶ୍ୱର: ଆସନ୍ତା ୨୨ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଦୁଇଟି ପର୍ୟ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ୟ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୨୭ଟି କାର୍ୟ୍ୟଦିବସ ଥିବାବେଳେ ଜୁଲାଇ ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି । ମୋହନ ମାଝୀ ସରକାରଙ୍କର ଏହା ପ୍ରଥମ ବିଧାନସଭା ଅଧିବେଶନ ।
    ବିଧାନସଭା ସଚିବାଳୟ ପକ୍ଷରୁ ଜାରି କାର୍ୟ୍ୟସୂଚୀ ଅନୁସାରେ, ୨୨ତାରିଖରେ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ । ଏହାପରେ ୨୩ତାରିଖରେ ଉପବାଚସ୍ପତି ନିର୍ବାଚନ ଘୋଷଣା ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ୨ଦିନ ଧରି ଆଲୋଚନା ହେବ । ୨୪ତାରିଖରେ ଉପବାଚସ୍ପତି ନିର୍ବାଚନ ଶେଷ ହେବ । ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍  ଅର୍ଥମନ୍ତ୍ରୀ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପିତ କରିବାର କାର୍ୟ୍ୟକ୍ରମ ରହିଛି ।ସେହିପରି ଜୁଲାଇ ୨୯ରୁ ୩୧ତାରିଖ ପର୍ୟ୍ୟନ୍ତ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ । ଅଗଷ୍ଟ ୧ରୁ ୧୯ତାରିଖ ପର୍ୟ୍ୟନ୍ତ ବିଧାନସଭା ଅଧିବେଶନ ବନ୍ଦ ରହିବ । ଦ୍ୱିତୀୟ ପର୍ୟ୍ୟାୟରେ ବିଧାନସଭାର ଅଧିବେଶନ ଅଗଷ୍ଟ ୨୦ରୁ ଆରମ୍ଭ ହୋଇ ବିଭାଗୀୟ ବଜେଟ୍ ଅନୁଦାନ ଉପରେ ଆଲୋଚନା ହେବ । ସେପ୍ଟେମ୍ବର ୧୦ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପିତ ହେବ । ସେପ୍ଟେମ୍ବର ୧୨ ଓ ୧୩ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଅଧିବେଶନ ମୋଟ ୨୭ଟି ଦିନ ବସିବାର ଧାର୍ୟ୍ୟ ହୋଇଛି ।

    Maximum 500 characters

    ରାଜନୀତି View all

    Find Us on Facebook