Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିରୋଧୀମାନେ ରାଜନୀତି କରୁଛନ୍ତି, ଏହା ଠିକ୍ ନୁହେଁ:ଜଗନ୍ନାଥ ସାରକା

    Share on :
    ajab-Image
    Date: Nov 22, 2023    Views: 3699

    ଭୁବନେଶ୍ୱର:  ବିରୋଧୀମାନେ ରାଜନୀତି କରୁଛନ୍ତି, ଏହା ଠିକ୍ ନୁହେଁ। ଆଦିବାସୀଙ୍କ ବିକାଶ ଓ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଚିନ୍ତା କରୁଛନ୍ତି। ଆଦିବାସୀ ଜମି କିଣାବିକା ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା  ଏଭଳି କହିଛନ୍ତି । 

    ସେହିପରି ବିଜେଡି ବିଧାୟକ ରାଜ କିଶୋର ଦାସ କହିଛନ୍ତି, ବିରୋଧୀ କେବଳ ରାଜନୀତି କରୁଛନ୍ତି। ବିରୋଧୀ ସବୁ ରାଜନୈତିକ ଲୋକ ସେମାନେ ଜାଣିଛନ୍ତି ଏବଂ ଓଡ଼ିଶା ସାରା ଲୋକ ଜାଣିଛନ୍ତି ସେ ବିଲ ଆସିବାର ନାହିଁ କି ହେବାର ନାହିଁ ତାହା ବନ୍ଦ ହୋଇଯାଇଛି କିନ୍ତୁ ରାଜନୀତି କରୁଛନ୍ତି। ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ତେଣୁ ସେମାନେ ଏହାକୁ ପ୍ରସଙ୍ଗ କରୁଛନ୍ତି। ସରକାର ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook