Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶୀତ ଅଧିବେଶନ : ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ୨୮ ପ୍ଲାଟୁନ ପୁଲିସ ଫୋର୍ସ

    Share on :
    ajab-Image
    Date: Nov 20, 2023    Views: 3503

    ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥି ପାଇଁ ସୁରକ୍ଷା ବଳୟରେ ରହିବ ବିଧାନସଭା ଗୃହ। ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଡିଜିପି ସୁନୀଲ ବଂଶଲ ବିଧାନସଭା ବାହାର ଓ ଭିତରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଚଳିତ ଅଧିବେଶର ସୁରକ୍ଷା ବ୍ୟବସ୍ଥାରେ ୨୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୃତୟନ ହେବେ। ସୁରକ୍ଷା ଦାୟିତ୍ୱରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି କାର୍ୟ୍ୟ କରିବେ।

    ଏହାଛଡ଼ା ସାଦା ପୋଷାକଧାରୀ ପୁଲିସ, ରୁଫଟପ୍‌ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଂ ଫୋର୍ସ, ଏସଓଜି, ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାର୍ଡ ଓ ଅଗ୍ନିଶମ ଅଧିକାରୀ ମଧ୍ୟ ମୁତୟନ ହେବେ। ଏଥି ସହିତ ବିଧାନସଭା ଠାରୁ ଲୋୟର ପିଏମଜି, ରବିନ୍ଦ୍ର ମଣ୍ଡପ ଛକ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜାଯିବ। ଧାରଣାପ୍ଲେସରେ ଆବଶ୍ୟକତା ସ୍ଥଳେ ଡ୍ରୋନ୍‌ ବ୍ୟବହାର କରାଯିବ। ବିଧାନସଭାକୁ ସଂଲଗ୍ନ ୫ ଟି ରାସ୍ତାରେ ଟ୍ରାଫିକ କଟକଣା ରହିବ। ଏନେଇ ଆଜି ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ପୁଲିସ କମିଶନର, ଗୁଇନ୍ଦା ଡ଼ିଆଇଜି, ଡିସିପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।

    ସୂଚନାଯୋଗ୍ୟ ଆସନ୍ତାକାଲିଠୁ ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଅର୍ଥାତ୍‌‌ ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୦ ତାରିଖ ଯାଏଁ ଏହି ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ ୩୦ଟି କାର୍ୟ୍ୟ ଦିବସ ରହିଛି। 

    Maximum 500 characters

    ତାଜା ଖବର View all

    Find Us on Facebook