Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗୃହ ୪ଟା ଯାଏଁ ମୁଲତବୀ

    Share on :
    ajab-Image
    Date: Mar 23, 2023    Views: 2922

    ଭୁବନେଶ୍ୱର: ଗୁରୁବାର ବିଧାନସଭା ଆରମ୍ଭ ହେଉ ହେଉ ହଟ୍ଟଗୋଳ ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ହୋଇଥିଲା ଯେ ଗୃହ କାର୍ଯ୍ୟ ପରିଚାଳନା କରିବା ବାଚସ୍ପତିଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲା । ଫଳରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

    ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନା ଦାବିରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ  ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ସ୍ୱତନ୍ତ୍ର ମୋସନ ଜରିଆରେ ମହାନଦୀ ଜଳ ବିବାଦ ସମ୍ପର୍କରେ ଆଲୋଚନା କରିବା ପାଇଁ କଂଗ୍ରେସ ଓ ବିଜେପି ବିଧାୟକମାନେ ଅଡ଼ି ବସିଥିଲେ ।  ଏପରିକି ଏହି ଦାବି ନେଇ ସେମାନେ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ନାରାବାଜି କରିଥିଲେ ।  ଫଳରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook