Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସରକାରୀ ଯୋଜନାର ପ୍ରଚାର ପାଇଁ ବିଜ୍ଞାପନରେ ଖର୍ଚ୍ଚ ୧୪୦କୋଟି

    Share on :
    ajab-Image
    Date: Mar 15, 2023    Views: 3491

    ଭୁବନେଶ୍ବର: ସରକାରୀ ଯୋଜନାର ପ୍ରଚାର ପାଇଁ ବିଜ୍ଞାପନରେ ୧୪୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର ରଖିଛନ୍ତି। ଶ୍ରୀ ଅମାତ ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ପାଇଁ ୫ ବର୍ଷର ଖର୍ଚ୍ଚର ହିସାବ ଦେଇଛନ୍ତି।
    ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ୫ ବର୍ଷରେ ବିଜ୍ଞାପନ ବ୍ୟୟ ବାବଦକୁ ୧୪୦ କୋଟି ୬୦ଲକ୍ଷ ୬୯ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିମଧ୍ୟରୁ ଛାପା ଗଣମାଧ୍ୟମରେ ବିଜ୍ଞାପନ ପାଇଁ ୧୧୭କୋଟି ୯ଲକ୍ଷ ଟଙ୍କା କରାଯାଇଛି। ସେହିପରି ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ୨୩କୋଟି ୫୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଶ୍ରୀ ଅମାତ ସୂଚନା ଦେଇଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook