Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ଆସିବ ଅତିରିକ୍ତ ବଜେଟ୍

    Share on :
    ajab-Image
    Date: Nov 24, 2022    Views: 3510

    ଭୁବନେଶ୍ୱର: ଗୁରୁବାରଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ହିଁ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ । ପ୍ରଥମାର୍ଦ୍ଧରେ ଦିବଂଗତ ସଦସ୍ୟମାନଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବା ସହ ଶୋକାଞ୍ଜଳି ବ୍ୟକ୍ତ କରାଯିବ । ଅପରାହ୍ନରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ ।
    ଏହି ଅଧିବେଶନ ଡିସେମ୍ବର ୩୧ ପର୍ୟ୍ୟନ୍ତ ଚାଲିବାର କାର୍ୟ୍ୟକ୍ରମ ରହିଛି । ଏଥିରେ ୩୩ଟି କାର୍ୟ୍ୟ ଦିବସ ରଖାଯାଇଛି । ଡିସେମ୍ବର ୨ରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବା କାର୍ୟ୍ୟକ୍ରମ ରହିଛି । ତେବେ ଗୃହରେ ଏଥର ବିଭିନ୍ନ ପ୍ରସଙ୍ଗ୍‌ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ପ୍ରସ୍ତୁତି ଚଳାଇଛନ୍ତି । ବିଜେପି ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତିି କରିଥିବାବେଳେ କଂଗ୍ରେସ ପକ୍ଷରୁ ଅର୍ଚ୍ଚନା ମାମଲାରେ ସରକାରଙ୍କୁ ଆକ୍ରମଣ କରାଯିବ । ଅପରପକ୍ଷରେ ଶାସକ ଦଳ ମଧ୍ୟ କେନ୍ଦ୍ରୀୟ ଅବହେଳା, ଚାଷୀ, ରେଳବାଇ ପ୍ରସଙ୍ଗ ନେଇ କେନ୍ଦ୍ର ଓ ବିଜେପିକୁ ଟାର୍ଗେଟ କରିବାକୁ ରଣନୀତି ଚଳାଇଛି । ଏଭଳି ସ୍ଥିତିରେ ଏଥର ଉଭୟ ବିରୋଧୀ ଓ ଶାସକ ସଭ୍ୟଙ୍କ ହଟ୍ଟଗୋଳରେ ଗୃହ କମ୍ପିବ ବୋଲି ଅନୁମାନ କରାଯାଉଛି । 

    Maximum 500 characters

    ତାଜା ଖବର View all

    Find Us on Facebook