Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଧାନସଭାରେ ଆଇନ ଶୃଙ୍ଖଳା ଝଡ଼

    Share on :
    ajab-Image
    Date: Oct 5, 2020    Views: 3636

    ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଧାନସଭାରେ ବିରୋଧୀ ରାଜ୍ୟ ସରକାରଙ୍କୁ   ଘେରିଛନ୍ତି ।  କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି ।  ଗତକାଲି ରାଜଧାନୀ ବିଚ ରାସ୍ତାରେ ସଂଗଠିତ ହତ୍ୟାକାଣ୍ଡ ପ୍ରସଙ୍ଗକୁ ଶ୍ରୀ ମିଶ୍ର ଉଠାଇଛନ୍ତି ।  ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଜଣେ ମିଠା ଦୋକାନୀଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ।  ପୁଲିସର ନିଷ୍କ୍ରିୟତାରୁ ଏଭଳି ଘଟୁଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । 

    ଅନ୍ୟପକ୍ଷରେ ମୁଲତବୀ ପ୍ରସ୍ତାବ ଆଲୋଚନା ଭାଗକୁ ନେଇ ଆଜି ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।  ଗୃହର ମଧ୍ୟଭାଗକୁ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଆସି ହୋହାଲ୍ଲା କରିଥିଲେ ।  କାହିଁକି ପ୍ରସ୍ତାବ ଗ୍ରହଣ କରାଗଲାନି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରଶ୍ନ କରିଥିଲେ ।  ତେବେ ବିରୋଧୀଙ୍କ ପ୍ରଶ୍ନରେ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ  କହିଥିଲେ ଯେ, ବିଜେପି ୪ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତବାକୁ ନିଷ୍ପତ୍ତି ହୋଇଥିଲା ।  ବିଜେପିକୁ ୨ଟା ଦିଆଯିବା ପରେ କଂଗ୍ରେସକୁ ଗୋଟିଏ ଦିଆଯାଇଥିଲା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook