ମୁଖ୍ୟ ଖବର
ଭୁବନେଶ୍ୱର: ଆଜି ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଖଣି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଭିଜିଲାନ୍ସ ମାମଲା ଥିବା ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ କିପରି ଲିଜ ମିଳିଲା ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ସେହିପରି ଖଣି ଲିଜରୁ ମୁଷ୍ଟିମେୟ ଅଫିସର ୧ ଲକ୍ଷ କୋଟି ଲୁଟି ନେଇଛନ୍ତି । ରାଜ୍ୟ ସରକାର କିଛି ଲୋକଙ୍କ ସହ ମିଶି ଏହା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଚିଠି ଲେଖିଲେ ମଧ୍ୟ ଉତ୍ତର ମିଳୁନଥିବା ଶ୍ରୀ ନାୟକ କହିଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ଗୃହରେ ଖଣି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ୩ ବର୍ଷରେ ରାଜ୍ୟ ୯ଟି ଖଣିରୁ ୩୬୦୦ କୋଟି ରାଜସ୍ୱ ହରାଇଛି । ଏଥିପାଇଁ ସରକାର ଦାୟୀ । ଖଣି ଚୋରି ଓ ଦୁର୍ନୀତି ବ୍ୟାପକ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
Comments ସମସ୍ତ ମତାମତ