Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୩୪୦ ASO ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

    Share on :
    ajab-Image
    Date: Nov 6, 2026    Views: 2681

    ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି। ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୩୪୦ଟି ଶୂନ୍ୟସ୍ଥାନ ପାଇଁ ଆବେଦନ ପ୍ରକ୍ରିୟା ଗ୍ରହଣ କରାଯିବ। ଆସନ୍ତା ନଭେମ୍ବର ୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।

    ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୋଟ ୩୪୦ଟି ପଦବୀ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ପାଇଁ ୧୧୪ଟି ପଦ ସଂରକ୍ଷିତ ରହିଛି। ସେହିପରି ୧୪୪ଟି ପଦବୀ ଅସଂରକ୍ଷିତ (Unreserved) ରହିଥିବା ବେଳେ, ଏହି ଅସଂରକ୍ଷିତ ପଦ ମଧ୍ୟରୁ ମଧ୍ୟ ୪୮ଟି ପଦ ମହିଳାଙ୍କ ପାଇଁ ରହିଛି।

    ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ସ୍ନାତକ (Graduate) ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହାସହ ଆବେଦନକାରୀଙ୍କ ବୟସ ସୀମା ସର୍ବନିମ୍ନ ୨୧ ବର୍ଷରୁ ସର୍ବାଧିକ ୪୨ ବର୍ଷ ମଧ୍ୟରେ ରହିବା ନେଇ ସର୍ତ୍ତ ରଖାଯାଇଛି। ସରକାରୀ ନିୟମାନୁଯାୟୀ ଯୋଗ୍ୟ ପ୍ରାର୍ଥୀମାନେ ଏହି ସୁଯୋଗର ଲାଭ ନେଇ ନିଜର ଆବେଦନ ପ୍ରକ୍ରିୟା ଶେଷ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook