Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସୁଟିଂରେ ଆଉ ଏକ ରୌପ୍ୟ

    Share on :
    ajab-Image
    Date: Sep 29, 2026    Views: 2349

    ଜାପାନର ଆଇଚି-ନାଗୋୟା ଠାରେ ଚାଲିଥିବା ଏସିଆନ୍ ଗେମ୍ସରେ ମଙ୍ଗଳବାର ସୁଟିଂରେ ଭାତରକୁ ଆଉ ଏକ ରୌପ୍ୟ ପଦକ ମିଳିଛି । ମହିଳାଙ୍କ 'ଟ୍ରାପ୍ ଟିମ୍' ଇଭେଣ୍ଟରେ ନୀରୁ, ଆଶିମା ଅହଲାୱାତ ଏବଂ ମନିଷା କୀର ରୌପ୍ୟ ପଦକ ହାସଲ କରିଛନ୍ତି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୪୬କୁ ବୃଦ୍ଧି ।

    ଗତକାଲି ୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଜିତିଥିଲେ ଇଶା ସିଂହ । ହାଇଦ୍ରାବାଦର ୨୧ ବର୍ଷୀୟା ଖେଳାଳି ତିନୋଟି 'ସୁଟ୍-ଅଫ୍' ଜିତିଥିଲେ । ଏହାପରେ ଚୀନ୍‌ର ସିଆଓ ଜିଆରୁଇକ୍ସୁଆନ୍‌ଙ୍କ ବିପକ୍ଷ ସ୍ୱର୍ଣ୍ଣ ପଦକ ମୁକାବିଲାରେ ତାଙ୍କୁ ଆଉ ଦୁଇଟି ସୁଟ୍-ଅଫ୍‌ର ସାମ୍ନା କରିବାକୁ ପଡ଼ିଥିଲା।
    ନିର୍ଦ୍ଧାରିତ ସିରିଜ୍ ଶେଷ ବେଳକୁ ଉଭୟ ଖେଳାଳି ସମାନ ସ୍କୋର (୩୮)ରେ ରହିଥିଲେ । କିନ୍ତୁ ଅନ୍ତିମ ସଟ୍‌ରେ ଇଶା ଟିକିଏ ବିଫଳ ହେବାରୁ ତାଙ୍କୁ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

    ଚଳିତ ବର୍ଷର ଏସୀୟ କ୍ରୀଡ଼ା ସୁଟିଂରେ ରୌପ୍ୟ ପଦକକୁ ମିଶାଇ ଏହି କ୍ରିଡ଼ାରେ ତାଙ୍କର ଏହା ଦ୍ୱିତୀୟ ବ୍ୟକ୍ତିଗତ ପଦକ । ୨୦୨୨ ଏସୀୟ କ୍ରୀଡ଼ାରେ ମଧ୍ୟ ସେ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook