Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହିଳା ଗଲ୍ଫର ଅଦିତି ଅଶୋକ ଜିତିଲେ ରୌପ୍ୟ ପଦକ

    Share on :
    ajab-Image
    Date: Oct 1, 2023    Views: 2960

    ନୂଆଦିଲ୍ଲୀ:  ଇତିହାସ ରଚିଲେ ଅଦିତି ଅଶୋକ । ଏସୀୟ କ୍ରୀଡାରେ ପ୍ରଥମ ଭାରତୀୟ ମହିଳା ଗଲ୍ଫର ଭାବେ ରୌପ୍ୟ ପଦକ ଜିତିଛନ୍ତି ଅଦିତି । ଏହାସହ ନୂଆ ଇତିହାସ ରଚିଛନ୍ତି ଅଦିତି । ଶନିବାର ପ୍ରତିଯୋଗିତାରେ ଆଗୁଆ ଥିଲେ ଅଦିତି, ତେଣୁ ମହିଳା ଗଲ୍ଫରେ ଭାରତ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଆଶା ଉଜ୍ଜୀବିତ ହୋଇଥିଲା । ତେବେ ରବିବାର ଅଦିତି ରୌପ୍ୟ ପଦକ ଜିତିଥିବା ବେଳେ ଭାରତୀୟ ପ୍ରଶଂସକ କିଛି ମାତ୍ରାରେ ନିରାଶ ହୋଇଥିଲେ । କିନ୍ତୁ ଏହି ରୌପ୍ୟ ପଦକ ସହ ଇତିହାସ ରଚିଛନ୍ତି ଅଦିତି । ଅନ୍ୟପଟେ ଟିମ୍ ଇଭେଣ୍ଟରେ ଭାରତ ଚତୁର୍ଥ ନମ୍ବରରେ ରହିଛି ।
    ଏହାଛଡା ଭାରତକୁ ସୁଟିଂରେ ଆଉ ଏକ ସ୍ୱର୍ଣ୍ଣପଦକ ମିଳିଛି । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ମିଳିଥିବା ସମାନ ବର୍ଗର ମହିଳା ଇଭେଣ୍ଟରେ ଭାରତୀୟ ମହିଳା ଦଳକୁ ରୌପ୍ୟ ମିଳିଛି । ଏବେ ସୁଦ୍ଧା ଭାରତ ମୋଟ ୧୧ଟି ସ୍ୱଣ୍ଣ, ୧୬ଟି ରୌପ୍ୟ ଓ ୧୪ଟି ବ୍ରୋଞ୍ଜ ସହ ୪୧ଟି ପଦକ ହାସଲ କରିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook