Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସୀୟ କ୍ରୀଡ଼ା :ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ

    Share on :
    ajab-Image
    Date: Sep 29, 2023    Views: 3312

    ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ସୁଟର ପଲକ ଭାରତ ପାଇଁ ଏହି ସ୍ୱର୍ଣ୍ଣ ଜିତିଛନ୍ତି। ସମାନ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ଇଶା ସିଂ ।
    ପୁରୁଷ ଟେନିସ ଡବଲ୍ସରେ ଭାରତ ରୌପ୍ୟ ପଦକ  ଜିତିଛି। ସାକେତ୍‌-ରାମନାଥନ୍‌ ଯୋଡ଼ି ଏହି ରୌପ୍ୟ ପଦକ ଜିତିଛନ୍ତି। ଏଥିସହ ଭାରତକୁ ବର୍ତ୍ତମାନ ସୁଦ୍ଧା ମୋଟ ୩୦ଟି ପଦକ ମିଳିଛି ।

     ଏପର୍ୟ୍ୟନ୍ତ ଭାରତକୁ ୮ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ମିଳିଛି । ୩୦ ଟି ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook