Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସୀୟ କ୍ରୀଡ଼ା: ଭାରତର ସ୍ୱର୍ଣ୍ଣ ସଂଖ୍ୟା ୫ରେ ପହଞ୍ଚିଲା

    Share on :
    ajab-Image
    Date: Sep 27, 2023    Views: 3488

    ନୂଆଦିଲ୍ଲୀ:  ଚୀନ ହାଙ୍ଗଝୌରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ବର୍ଷା। ଆଉ ଏକ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପ୍ରତିଯୋଗୀ। ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଛନ୍ତି ସୁଟର ସିଫ୍ତ କୌର ସାମ୍ରା। ଏହି ବିଜୟ ସହ ଭାରତର ସ୍ୱର୍ଣ୍ଣ ସଂଖ୍ୟା ୫ରେ ପହଞ୍ଚିଛି । ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା ପାଇଛନ୍ତି ସାମ୍ରା। ସମାନ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି ଆଶି ଚୌକଶି। ୫ ସ୍ୱର୍ଣ୍ଣ, ୫ ରୌପ୍ୟ, ୮ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୮ରେ ପହଞ୍ଚିଛି। ଇଭେଣ୍ଟର ପଞ୍ଚମ ଦିନ ଅର୍ଥାତ୍ ଆଜି ମଧ୍ୟ ଭାରତ ଆଉ ଏକ ସ୍ୱର୍ଣ୍ଣ ଜିତିଥିଲା। 

    ମହିଳା ୨୫ ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ସୂର୍ଣ୍ଣ ଜିତିଥିଲେ ମାନୁ ଭାକର, ଇଶା ସିଂହ ଓ ଆର୍ ସାଙ୍ଗୱାନ୍। ଆୟୋଜକ ଟିମ୍ ଚୀନକୁ ହରାଇ ଏହି ବିଜୟ ହାସଲ କରିଥିଲେ ମହିଳା ଟିମ୍। 

    Maximum 500 characters

    ଖେଳ ଖବର View all

    Find Us on Facebook