Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆ କପ୍‌:ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା

    Share on :
    ajab-Image
    Date: Sep 6, 2022    Views: 3602

    ଦୁବାଇ : ଚଳିତ ଏସିଆ କପ୍‌ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ୨ୟ ସୁପର-୪ ମ୍ୟାଚ୍‌  ଖେଳିବ। ଶ୍ରୀଲଙ୍କା ମଧ୍ୟ ଲିଗ୍‌ ପର୍ୟ୍ୟାୟ​‌େ​‌ର ଆଫ୍‌ଗାନିସ୍ତାନଠାରୁ ବଡ଼ ପରାଜୟ ଭୋଗିବାର ପ​‌େ​‌ର ସୁପର-୪ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି। ଫାଇନାଲ ଖେଳିବା ଦୌଡ଼ରେ ବଜାୟ ରହିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ ନିଶ୍ଚୟ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏହି ମ୍ୟାଚ୍‌ ଜିତି ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ନିଶ୍ଚିତ କରିବାକୁ ଚାହିଁବ।
    ଶ୍ରୀଲଙ୍କା ୫ ଥର ଏସିଆ କପ୍‌ ଜିତିଥିଲେ ହେଁ ତାହା ଏବେ ଅତୀତ। ସେତେବେଳେ ଶ୍ରୀଲଙ୍କା ଦଳରେ ବିଶ୍ବସ୍ତରୀୟ କ୍ରିକେଟର ଥିଲେ। ଏବେ ଦଳଗତ ଅପେକ୍ଷା କିଛି ବ୍ୟକ୍ତିଗତ ଦକ୍ଷତା ବଳରେ ଶ୍ରୀଲଙ୍କା କିଛି ମ୍ୟାଚ୍‌ ଜିତିପାରୁଛି। ଭାରତ ନିଶ୍ଚିତ ଭାବେ ଶ୍ରୀଲଙ୍କା ବିପକ୍ଷରେ ଫେଭରିଟ୍‌ ଥିଲେ ହେଁ ଦାସୁନ ଶନକ ନେତୃତ୍ବାଧୀନ ଦଳକୁ ଦୁର୍ବଳ ମଣିବା ଭାରତ ପାଇଁ ଘାତକ ହୋଇପାରେ। ପାକିସ୍ତାନ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ଭଲ ବୋଲିଂ କରିଥିବା ୟୁଜ​‌େ​‌ବନ୍ଦ୍ର ଚହଲ ଓ ହାର୍ଦିକ ପାଣ୍ଡ୍ୟା ଏହି ଦଳ ବିପକ୍ଷରେ ୨ୟ ରାଉଣ୍ଡ ମୁକାବିଲାରେ ଅଧିକ ରନ୍‌ ଦେଇଥିଲେ। ତେଣୁ ବୋଲିଂରେ ସନ୍ତୁଳନ ଆଣିବା ପାଇଁ ଶ୍ରୀଲଙ୍କା ବିପକ୍ଷରେ ଭାରତ ପେସ୍‌ ବୋଲର ଆଭେସ୍ ଖାଁଙ୍କୁ ଖେଳାଇପାରେ। ଫଳରେ ବ୍ୟାଟ୍‌ସମ୍ୟାନ ଦୀପକ ହୁଡାଙ୍କୁ ବସିବାକୁ ପଡ଼ିବ। ତେଣୁ ବ୍ୟାଟିଂ ଶକ୍ତି ବଢ଼ାଇବା ଲାଗି ବାମହାତି ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କୁ ଭାରତ ଖେଳାଇବା କଥା ଚିନ୍ତା କରିପାରେ। ଫଳରେ ପାକିସ୍ତାନ ବିପକ୍ଷରେ ଭଲ ବୋଲିଂ କରିବା ସତ୍ତ୍ବେ ଯୁବ ଲେଗ୍‌ସ୍ପିନର ରବି ବିଷ୍ଣୋଇଙ୍କୁ ବାହାରେ ବସିପାରନ୍ତି। ଏସିଆ କପ୍‌ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ କହି ଆସିଛନ୍ତି ଯେ ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଦଳ ତା’ର ଶ୍ରେଷ୍ଠ ଏକାଦଶ ଖେଳାଇବ। ହେଲେ ମ୍ୟାଚ୍‌ ପରେ ମ୍ୟାଚ୍‌; ଭାରତର ପରୀକ୍ଷା ନିରୀକ୍ଷା ଜାରିରହିଛି। ଏବେ ବି ଋଷଭ ପନ୍ତ୍ ବନାମ ଦିନେଶ କାର୍ତ୍ତିକ ବିତର୍କ ଜାରିରହିଛି। ପ୍ରଥମ ୨ଟି ମ୍ୟାଚ୍‌ରେ କାର୍ତ୍ତିକ ଖେଳିଥିବା ବେଳେ ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ଋଷଭ ପନ୍ତ୍ ଫେରିଥିଲେ। ରବୀନ୍ଦ୍ର ଜାଡ଼େଜା ନ ଥିବାରୁ ଦଳ ଅତିରିକ୍ତି ବ୍ୟାଟ୍‌ସମ୍ୟାନ ଖେଳାଇବାର ନିଷ୍ପତ୍ତି ନେଇଥିଲା। ହେଲେ ଏହି ସ୍ଥାନ ମିଳିଥିଲା ଦୀପକ ହୁଡାଙ୍କୁ। ଏହାର ଅର୍ଥ କ’ଣ କାର୍ତ୍ତିକଙ୍କଠାରୁ ହୁଡା ଭଲ ବ୍ୟାଟ୍‌ସମ୍ୟାନ? ଯଦି ଏପରି ଥିଲା; ତେବେ ଆରମ୍ଭରୁ ହୁଡା ଖେଳିଲେ ନାହିଁ କାହିଁକି? କେବଳ ବୋଲିଂ ନୁହେଁ; ଭାରତକୁ ତା’ର ମଧ୍ୟକ୍ରମ ବ୍ୟାଟିଂ ସମସ୍ୟାର ସମାଧାନ ମଧ୍ୟ କରିବାକୁ ପଡ଼ିବ। ଅଧିନାୟକ ରୋହିତ ଶର୍ମା, କେ.ଏଲ୍‌. ରାହୁଲ, ବିରାଟ କୋହଲି ଓ ସୂର୍ୟ୍ୟକୁମାର ଯାଦବଙ୍କ ସ୍ଥାନ ସୁରକ୍ଷିତ। ପାକିସ୍ତାନ ବିପକ୍ଷରେ କୋହଲିଙ୍କ ୬୦ ରନ୍‌ର ଇନିଂସ ପରେ ତାଙ୍କ ସମାଲୋଚକ ଚୁପ୍‌ ହୋଇ ଯାଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂକରିବ ନିଶ୍ଚିତ। ପ୍ରଥମ ମ୍ୟାଚ୍‌ରେ ବଡ଼ ପରାଜୟ ପରେ ଶ୍ରୀଲଙ୍କା କ୍ରମାଗତ ୨ଟି ମ୍ୟାଚ୍‌ ଜିତିଛି। ଓପ୍‌ନର କୁଶଳ ମେଣ୍ଡିସ୍‌ ଚମତ୍କାର ଫର୍ମରେ ଅଛନ୍ତି। ଦନୁଷ୍କା ଗୁଣତିଳକ, ଶନକ ଓ ଭାନୁକା ରାଜପକ୍ଷ ଭଲ ବ୍ୟାଟିଂ କରୁଛନ୍ତି। ୨ଟି ବିଜୟ ପରେ ଶ୍ରୀଲଙ୍କାର ବିଶ୍ବାସ ଯେ ଯେକୌଣସି ଦଳକୁ ଏହା ହରାଇ ପାରିବ। ହେଲେ ଭାରତକୁ ହରାଇବାକୁ ହେଲେ ଏହାକୁ ସ୍ବତନ୍ତ୍ର ପ୍ରଦର୍ଶନ କରିବାକୁ ପଡ଼ିବ।

    Maximum 500 characters

    ଖେଳ ଖବର View all

    Find Us on Facebook