Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମୋହସିନ୍‌ ନକଭିଙ୍କ ହାତରୁ ଟ୍ରଫି ନେଲାନି ଭାରତୀୟ ମହିଳା ଦଳ

    Share on :
    ajab-Image
    Date: Sep 14, 2026    Views: 3054

    ପୁଣି ଟ୍ରଫି ବିବାଦ, ଏସିଆ କପ୍‌ ଫାଇନାଲ୍‌ ଟ୍ରଫି ପ୍ରଦାନ ଉତ୍ସବରେ ପୁଣି ପାକିସ୍ତାନ ଅପଦସ୍ତ । ଅଷ୍ଟମ ଥର ପାଇଁ ମହିଳା ଏସିଆ କପ୍‌ କ୍ରିକେଟ୍‌ ଟ୍ରଫି ଜିତିଛି ଭାରତୀୟ ଦଳ । ରବିବାର ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌କୁ ଅତି ସହଜରେ ୭୨ ରନ୍‌ରେ ଜିତି ହର୍ମନପ୍ରୀତ୍ କୌରଙ୍କ ଦଳ ଏହି ଗୌରବ ଅର୍ଜନ କରିଛି । ତେବେ ଏହି ଅବସରରେ ଟିମ୍ ଇଣ୍ଡିଆ ଏସିସି ଅଧ୍ୟକ୍ଷ ତଥା ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ୍ ନକଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିନାହିଁ। ଯାହାଫଳରେ ପୁଣିଥରେ ପାକିସ୍ତାନ ବିଶ୍ବ କ୍ରିକେଟ ମଞ୍ଚରେ ଅପମାନିତ ହୋଇଛି । 

    ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ଭଳି ମହିଳା କ୍ରିକେଟ୍‌ ଦଳ ମଧ୍ୟ ଏସୀୟ କ୍ରିକେଟ୍‌ ପରିଷଦ ଅଧ୍ୟକ୍ଷ ମୋହସିନ ନକ୍‌ଭୀଙ୍କ ହାତରୁ କପ୍‌ ନେଇ ନାହାନ୍ତି । ତେବେ ପୁରୁଷଙ୍କ ଏସିଆ କପ୍‌ ଫାଇନାଲ୍‌ ପରେ ନକ୍‌ଭି ଟ୍ରଫି ନେଇ ଚାଲିଯିବାର ନାଟକଠାରୁ ଦୂରେଇ ରହିଛନ୍ତି । ସେ ଉପବିଜେତା ଶ୍ରୀଲଙ୍କାକୁ ଚେକ୍‌ ପ୍ରଦାନ କରିବା ପରେ ପୁରସ୍କାର ବିତରଣୀ ଉତ୍ସବର ସମାପନ ହୋଇଥିଲା । ହର୍ମନପ୍ରୀତ କୌରଙ୍କ ଦଳ ବିଜେତା ହୋଇଥିଲେ ମଧ୍ୟ ଭାରତୀୟ ଦଳ ନକ୍‌ଭୀଙ୍କୁ ବର୍ଜନ କରିବାର ଅଭିମୁଖ୍ୟକୁ ଅବ୍ୟାହତ ରଖି ତାଙ୍କ ହାତରୁ କପ୍‌ କିମ୍ବା ମେଡାଲ ନେବାକୁ ଆସି ନଥିଲା । ତେବେ ଚମତ୍କାର ଫିଲ୍‌ଡିଂ ପାଇଁ ନନ୍ଦିନୀ ଶର୍ମା, ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆଙ୍କଠାରୁ ମେଡାଲ ଗ୍ରହଣ କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook