Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସିରାଜଙ୍କ ବୋଲିଂରେ ଶ୍ରୀଲଙ୍କା ଧରାଶାୟୀ

    Share on :
    ajab-Image
    Date: Sep 17, 2023    Views: 2955

    କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ଫାଇନାଲ ମୁକାବିଲା ଚାଲିଛି  । ପୂର୍ବରୁ ଭାରତ ବିପକ୍ଷରେ ଶ୍ରୀଲଙ୍କା ଭଲ ପ୍ରଦର୍ଶନ କରିଥିଲା  । ତେଣୁ ଫାଇନାଲରେ ଜମାଣିଆ ଲଢେ଼ଇ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା  । କିନ୍ତୁ ମହମ୍ମଦ ସିରାଜଙ୍କ ବୋଲିଂରେ ଶ୍ରୀଲଙ୍କା ଧରାଶାୟୀ ହୋଇଯାଇଛି  । ମାତ୍ର ୩ ଓଭରରେ ସିରାଜ ୫ଟି ୱିକେଟ ନେଇଛନ୍ତି  । ଶ୍ରୀଲଙ୍କା ଦଳ ଏବେ ୬ ଓଭରରେ ମାତ୍ର ୧୩ ରନ କରି ୬ ୱିକେଟ ହରାଇ ସାରିଛି  । କୌଣସି ଜଣେ ବି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନାହାନ୍ତି  । ୪ ଜଣ ବ୍ୟାଟ୍ସମ୍ୟାନ ଶୂନରେ ଆଉଟ ହୋଇଛନ୍ତି  । ବର୍ତମାନର ସ୍ଥିତିକୁ ଦେଖିଲେ ଶ୍ରୀଲଙ୍କା ଟିମ ୧୦୦ ବି ଛୁଇଁ ପାରିବନି ବୋଲି କୁହାଯାଉଛି  ।

     

    Maximum 500 characters

    ଖେଳ ଖବର View all

    Find Us on Facebook