Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଏସିଆ କପ୍‌ ଫାଇନାଲ

    Share on :
    ajab-Image
    Date: Sep 17, 2023    Views: 3354

    କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମୁକାବିଲା ସ୍ଥାନୀୟ ରଣସିଂହ ପ୍ରେମଦାସା ଷ୍ଟାଡିୟମ୍‌ରେ ରବିବାର ଖେଳାଯିବ । ଏହି ଫାଇନାଲକୁ ଜିତି ଭାରତ ଗତ ୫ ବର୍ଷ ପରେ ଏକାଧିକ ଦେଶକୁ ନେଇ ଖେଳାଯାଉଥିବା କୌଣସି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଶୂନ୍ୟସ୍ଥାନ ପୂରଣ କରିବାକୁ ଆଶାୟୀ ରହିଛି । ଏସିଆ କପ୍‌ ମଧ୍ୟ ଏହି ସଫଳ ଦଳକୁ ଉପଯୁକ୍ତ ସୁଯୋଗ ଦେଇଛି । ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ହାତରେ ଆଘାତ ଲାଗିଥିବାରୁ ଏହି ଫାଇନାଲରେ ଖେଳିବା ନେଇ ସନ୍ଦେହ ରହିଛି । କିନ୍ତୁ ଏହାଠାରୁ ଅଧିକ ଧକ୍କା ଲାଗିଛି ଶ୍ରୀଲଙ୍କା ଦଳକୁ । ଘରୋଇ ଏବଂ ସ୍ପିନ୍‌କୁ ସହାୟତା ଦେଉଥିବା ପିଚ୍‌ରେ ଶ୍ରୀଲଙ୍କା ପକ୍ଷରୁ ପାଳି ଆରମ୍ଭ କରୁଥିବା ସ୍ପିନର ମାହୀଶା ଥିକ୍‌ସାନା ମାଂସପେଶୀରେ ଆଘାତ ଲାଗିଥିବାରୁ ଫାଇନାଲ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି । ଫଳରେ ଶ୍ରୀଲଙ୍କା ନିଶ୍ଚିତଭାବେ ଥିକ୍‌ସାନାଙ୍କ ଅନୁପସ୍ଥିତି ଉପଲବ୍‌ଧି କରିବ । ଏଥିରୁ ଫାଇଦା ଉଠାଇ ଭାରତ ଏସିଆକପ୍‌କୁ ଆଉ ଥରେ ଜିତିବାକୁ ଚେଷ୍ଟା କରିବ ବୋଲି ଆଶା କରିବା ସ୍ୱାଭାବିକ୍‌ । ଏହି ବିଜୟ କେବଳ ଭାରତର ଟାଇଟଲ ଶୂନ୍ୟସ୍ଥାନ ପୂରଣ କରିବ ନାହିଁ, ବିଶ୍ୱକପ୍‌ ପୂର୍ବରୁ ଦଳର ମନୋବଳ ବଢ଼ାଇବାରେ ସମର୍ଥ ହୋଇପାରିବ ।
    ଶୁବମାନ ଗିଲଙ୍କ ଚମକ୍ରାର ଶତକ ସତ୍ତେ୍ୱ ଭାରତ ଏସିଆ କପ୍‌ର ଶେଷ ସୁପର-୪ ମ୍ୟାଚ୍‌ରେ ବାଂଲାଦେଶଠାରୁ ହାରିଯାଇଥିଲା । ଦଳ ବାଂଲାଦେଶର ପ୍ରଥମ ୪ଟି ୱିକେଟ ୫୯ ରନ୍‌ ମଧ୍ୟରେ ନେଇଥିଲେ ମଧ୍ୟ ୨୬୫ ରନ୍‌ କରିପାରିଥିଲା। ଏଣୁ ଭାରତର ଦୁର୍ବଳତା ପ୍ରକାଶ ପାଇଛି । ଏହି ମ୍ୟାଚ୍‌ରୁ ଦଳ ୫ ଜଣ ନିୟମିତ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା । ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଗଲେ ଏହି ଦଳର ଦକ୍ଷତା ଭିନ୍ନ ହେବ । ସେହିପରି ବୋଲିଂରେ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ୍‌ ସିରାଜ ଓ ପ୍ରଭାବୀ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଗଲେ ଏହା ନିଶ୍ଚିତ ଯେ କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କ ଲାଗି ଖେଳିବା କଷ୍ଟକର ହେବ । ଏହି ୫ଜଣ ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ନିଶ୍ଚିତ ଖେଳିବେ । କିନ୍ତୁ ଅକ୍ଷର ପଟେଲଙ୍କ ସମ୍ପର୍କରେ କହି ହେବ ନାହିଁ । ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରାଯିବା ଏହାର କାରଣ ବୋଲି ଦର୍ଶାଉଛି ।

    Maximum 500 characters

    ଖେଳ ଖବର View all

    Find Us on Facebook