Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଏସିଆ କପ୍‌ ଫାଇନାଲ୍‌: ପାକିସ୍ତାନ - ଶ୍ରୀଲଙ୍କା ଲଢେଇ

    Share on :
    ajab-Image
    Date: Sep 11, 2022    Views: 4034

    ଦୁବାଇ: ଚଳିତ ଏସିଆ କପ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଟାଇଟଲ ଲଢେଇ ହେବ । ଉଭୟ ଦଳ ପ୍ରସ୍ତୁତ । ଶେଷ ଥର ପାଇଁ ୨୦୧୨ରେ ଚାମ୍ପିଅନ୍‌ ହୋଇଥିବା ପାକିସ୍ତାନ ୧୦ ବର୍ଷର ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ ତୃତୀୟ ଥର ପାଇଁ ଟ୍ରଫି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଶ୍ରୀଲଙ୍କା ପାଞ୍ଚ ଥର ଏସିଆ କପ୍‌ ଜିତି ସାରିଛି ।

    ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ଲଜ୍ଜାଜନକ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ପରବର୍ତ୍ତୀ ପର୍ୟ୍ୟାୟରେ ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା । ଏପରିକି ଦଳ ସୁପର-୪ ରାଉଣ୍ଡ୍‌ରେ ସମସ୍ତ ମ୍ୟାଚ୍‌ ଜିତିଥିଲା । ଦଳରେ କେହି ଷ୍ଟାର୍‌ ଖେଳାଳି ନଥିଲେ ମଧ୍ୟ ଶ୍ରୀଲଙ୍କା ଯଥାକ୍ରମେ ଭାରତ, ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ହରାଇ ବିପର୍ୟ୍ୟୟ ଘଟାଇଥିଲା । କେବଳ ଦଳଗତ ପ୍ରଦର୍ଶନ ଯୋଗୁଁ ଏଭଳି ବିଜୟ ସମ୍ଭବ ହୋଇଥିଲା । ବର୍ତ୍ତମାନ ପ୍ରତ୍ୟେକ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଦିନକ ତଳେ ପାକିସ୍ତାନକୁ ହରାଇଥିବା ଶ୍ରୀଲଙ୍କା ଆଉ ଏକ ବିଜୟ ସହ ଚାମ୍ପିଅନ୍‌ ହେବାକୁ ଲକ୍ଷ୍ୟ ରଖିଛି ।
    ପାକିସ୍ତାନ ଦଳ ପରାଜୟର ପ୍ରତିଶୋଧ ନେଇ ଟାଇଟଲ ସହ ସ୍ୱଦେଶ ଫେରିବାକୁ ପ୍ରୟାସ କରିବ । ପ୍ରତ୍ୟେକ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ତେଣୁ ଶ୍ରୀଲଙ୍କାକୁ ହରାଇବାର ଯଥେଷ୍ଟ କ୍ଷମତା ପାକିସ୍ତାନ ନିକଟରେ ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook