Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଆଫ୍ରିଦିଙ୍କ ସ୍ଥାନ ନେଲେ ହସନୈନ

    Share on :
    ajab-Image
    Date: Aug 23, 2022    Views: 3963

    ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ବୋଡର଼୍(ପିବିସି) ଆଜି ଆହତ ପେସ୍ ବୋଲର ଶହୀନ ଶାହ ଆଫ୍ରିଦିଙ୍କ ସ୍ଥାନରେ ମହମ୍ମଦ ହସନୈନ୍ଙ୍କୁ ଏସିଆ କପ୍ ଦଳରେ ସାମିଲ କରିଛି । ଗତ ଶନିବାର ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଆଫ୍ରିଦି ଦଳରୁ ଓହରି ଯାଇଥିଲେ ।

    ଗତମାସ ଘରୋଇ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଫିଲ୍ଡି କରିବାବେଳେ ତାଙ୍କ ଡ଼ାହାଣ ଆଣ୍ଠୁରେ ଆଘାତ ଲାଗିଥିଲା । ୨୨ ବର୍ଷୀୟ ହସନୈନ ଅନୈତିକ ବୋଲିଂ ଆକ୍ସନ ପାଇଁ ଗତ ଫେବ୍ରୁଆରୀ ମାସରେ ସସ୍ପେଣ୍ଡ ହୋଇଥିଲେ । ବୋଲିଂ ଆକ୍ସନ ସୁଧାରି ସେ ଗତମାସ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୨୦୨୧, ଡ଼ିସେମ୍ବରରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏସିଆ କପରେ ପାକିସ୍ତାନ ଗ୍ରୁପ୍-ଏ’ରେ ସ୍ଥାନ ପାଇଛି । ଆସନ୍ତା ୨୮ ତାରିଖ ଦଳ ପାରାମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

    Maximum 500 characters

    ଅଜବ View all

    Find Us on Facebook