Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆ କପ: ଚେକ୍‍ ଫିଙ୍ଗିଲେ ପାକିସ୍ତାନୀ ଅଧିନାୟକ

    Share on :
    ajab-Image
    Date: Sep 29, 2025    Views: 3715

    ନୂଆଦିଲ୍ଲୀ: ଏସିଆ କପ ଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ମ୍ୟାଚର ଅନ୍ତିମ ପର୍ୟ୍ୟାୟରେ ଭାରତ ଦମଦାର ପ୍ରଦର୍ଶନ କରି ୫ୱିକେଟରେ ମ୍ୟାଚ୍‍ ଜିତି ଏସିଆ କପ୍‍ ଟ୍ରଫି ନିଜ ନାଁରେ କରିଛି । ଏସିଆ କପ ଇତିହାସରେ ଭାରତର ନବମ ବିଜୟ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ କ୍ରିକେଟ ଦଳ ଖରାପ ପ୍ରଦର୍ଶନ କରି ଟାଇଟଲ ଜିତିପାରିନାହିଁ । ପାକିସ୍ତାନ ଭାରତ ବିପକ୍ଷରେ ଖେଳିଥିବା ତିନୋଟି ଯାକ ମ୍ୟାଚରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି । ଫାଇନାଲ ହାରିବା ପରେ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗା ସର୍ବସାଧାରଣରେ ଯେଉଁ ଭଳି ଭାବେ ବ୍ୟବହାର କରିଛନ୍ତି ତାହାକୁ ସବୁ ମହଲରେ ନିନ୍ଦା କରାଯାଇଛି ।ଫାଇନାଲରେ ଭାରତ ଠାରୁ ପରାଜିତ ହେବାର ଲଜ୍ଜା ବରଦାସ୍ତ କରିପାରୁନି ପାକିସ୍ତାନ । ପାକ୍‍ ଖେଳାଳିମାନେ କ୍ରୋଧରେ ଜର୍ଜରିତ ହୋଇଛନ୍ତି । ଏପରିକି ପାକିସ୍ତାନ ଅଧିନାୟକ ସଲମାନଙ୍କୁ ରନର୍ସ ଅଫ୍‍ ଚେକ ଦିଆଯିବା ପରେ ସେ ସର୍ବସାଧାରଣରେ ତାହାକୁ ଫିଙ୍ଗି ଦେଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି ।
    ସୂଚନା ଅନୁସାରେ ମ୍ୟାଚ ହାରିବା ପରେ ସଲମାନ ଅଲି ଆଗା ବହୁତ ନିରାଶ ଦେଖାଯାଉଥିଲେ । ଯେତେବେଳେ ତାଙ୍କୁ ଚେକ୍‍ ଗ୍ରହଣ କରିବାକୁ ଡକାଯାଇଥିଲା ସେ ଏହାକୁ ଗ୍ରହଣ କରିଥିଲେ, ପରେ କିନ୍ତୁ ସର୍ବସାଧାରଣରେ ଏହାକୁ ଫିଙ୍ଗି ଦେଇ ପ୍ରତିକ୍ରିୟା ଦେବାକୁ ପଳାଇଥିଲେ । ଚେକ୍‍ ଫିଙ୍ଗିବାରୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଅଧିନାୟକଙ୍କ ଏପରି ବ୍ୟବହାର ଲୋକମାନେ ଅଭଦ୍ରାମି ବୋଲି କହିବା ସହ ସମାଲୋଚନା କରିଛନ୍ତି ।ଏହି ସମୟରେ ଭାରତୀୟ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏସୀୟ କ୍ରିକେଟ ପରିଷଦ ଏବଂ ପାକିସ୍ତାନ କ୍ରିକେଟ୍‍ ବୋର୍ଡର ସଭାପତି ମୋହସିନ୍‍ ନକଭିଙ୍କ ଠାରୁ ଦଳ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଛି । ଟିମ୍‍ ଇଣ୍ଡିଆ ଟ୍ରଫି ବିନା ଫାଇନାଲ ବିଜୟ ପାଳନ କରିଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook