Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆ କପ୍‌ : ରବିବାର ଭାରତ-ପାକିସ୍ତାନ ଫାଇନାଲ

    Share on :
    ajab-Image
    Date: Sep 26, 2025    Views: 3122

    ଦୁବାଇ : ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମଥର ଏସିଆ କପ୍‌ କ୍ରିକେଟ ଫାଇନାଲ ମୁକାବିଲା ହେବ। ଚଳିତବର୍ଷ ଟି-୨୦ ଫର୍ମାଟରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଦୁବାଇରେ ରବିବାର ୨୮ ତାରିଖରେ ଖେଳାଯିବ। ସୁପର-୪ ପର୍ୟ୍ୟାୟରେ ଉଭୟ ପାକିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶକୁ ୧୧ ରନ୍‌ରେ ପରାସ୍ତ କରି ଦ୍ୱିତୀୟ ବିଜୟ ସହ ପାକିସ୍ତାନ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ସୁପର-୪’ର ଶେଷ ମୁକାବିଲା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଗୁରୁବାର ଅନୁଷ୍ଠିତ ସୁପର-୪ ମୁକାବିଲାରେ ବାଂଲାଦେଶକୁ ୧୧ ରନ୍‌ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ପାକିସ୍ତାନ ଓ ବାଂଲାଦେଶକୁ ହରାଇ ଭାରତ ପ୍ରଥମ ଦଳ ଭାବେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛି। ଫାଇନାଲ ମ୍ୟାଚ୍‌ ଆସନ୍ତା ୨୮ ତାରିଖ, ରବିବାର ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ଗ୍ରୁପ୍‌ ପର୍ୟ୍ୟାୟରେ ପାକିସ୍ତାନକୁ ୭ ୱିକେଟରେ, ସୁପର-୪’ରେ ୬ ୱିକେଟରେ ପରାସ୍ତ କରିଥିଲା। ଏସିଆ କପ୍‌ କ୍ରିକେଟ ଇତିହାସରେ ପ୍ରଥମଥର ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ହେବ। ଆସନ୍ତାକାଲି ଶେଷ ସୁପର-୪ରେ ଭାରତ-ଶ୍ରୀଲଙ୍କା ଔପଚାରିକ ମୁକାବିଲା ହେବ।ଏଠାରେ ଗୁରୁବାର ଖେଳାଯାଇଥିବା ଏସିଆ କପ୍‌ ସୁପର-୪ ମୁକାବିଲାରେ ପାକିସ୍ତାନ ପ୍ରତିପକ୍ଷ ବାଂଲାଦେଶ ଆଗରେ ୧୩୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଥିଲା। ଏହି ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୯ ୱିକେଟରେ ୧୨୪ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ଶମିମ ହୋସେନ ସର୍ବାଧିକ ୩୦ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ଦୁଇ ଫାଷ୍ଟ ବୋଲର ସାହିନ ଆଫ୍ରିଦୀ ଓ ହାରିସ ରୌଫ୍‌ ୩ଟି ଲେଖାଏଁ, କାମଚଳା ସ୍ପିନର ସାଏମ ଆୟୁବ ୨ଟି ୱିକେଟ ପାଇଥିଲେ। ଏହି ମ୍ୟାଚରେ ବାଂଲାଦେଶ ବ୍ୟାଟରମାନେ ଅନାବଶ୍ୟକ ସଟ ଖେଳି ଜିତିବା ମ୍ୟାଚ୍‌କୁ ହାରିବାରେ ପରିଣତ କରିଥିଲେ।ଗୁରୁବାର ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା। ପାକିସ୍ତାନ ପ୍ରଥମ ଓଭରରେ ୱିକେଟ ହରାଇ ବିପର୍ୟ୍ୟୟର ସୂତ୍ରପାତ କରିଥିଲା। ଏହି ଧାରା ଦଳ ବଜାୟ ରଖିବାରୁ ୧୧ଓଭର ସୁଦ୍ଧା ମାତ୍ର ୪୯ ରନ୍‌ରେ ଅଧା ଖେଳାଳିଙ୍କୁ ହରାଇଥିଲା। ଶେଷ ଭାଗରେ ମହମ୍ମଦ୍‌ ହାରିସ୍‌ ୨୩ ବଲ୍‌ରୁ ୩୧ ଓ ମହମ୍ମଦ୍‌ ନୱାଜ ୧୫ ବଲ୍‌ରୁ ୨୫ ରନ୍‌ କରିବା ଫଳରେ ଦଳ ଶହେ ରନ୍‌ ଅତିକ୍ରମ କରିଥିଲା। ଫହୀମ ଅଶ୍ରଫ ୯ ବଲ୍‌ରେ ୧୪ ରନ୍‌ କରି ଶେଷଯାଏ ଅପରାଜିତ ରହିଥିଲେ। ଅଧିନାୟକ ସଲମାନ ଅଲି ଆଘା ଓ ସାହିନ ଆଫ୍ରିଦୀ ୧୯ ରନ୍‌ର ଯୋଗଦାନ ଦେଇଥିଲେ। ପାକସ୍ତାନ ପ୍ରଥମ ୧୦ ଓଭରରେ ୪ ୱିକେଟ ହରାଇ ୪୬ ଓ ଶେଷ ୧୦ ଓଭରରେ ୪ ୱିକେଟ ହରାଇ ୮୯ ରନ୍‌ କରିଥିଲା। ବାଂଲାର ପେସର ତସ୍କିନ ଅହମ୍ମଦ୍‌ ସର୍ବାଧିକ ୩ଟି, ଦୁଇ ସ୍ପିନର ମାହେଦୀ ହାସନ ଓ ରିଶାଦ ହୋସେନ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook