Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆ କପ୍‌ରୁ ଓହରିବାକୁ ପାକିସ୍ତାନର ଧମକ

    Share on :
    ajab-Image
    Date: Sep 16, 2025    Views: 2553

    ଦୁବାଇ: ଭାରତ-ପାକିସ୍ତାନ ଏସିଆ କପ୍‌ ମ୍ୟାଚ୍‌ରେ ହାତ ନମିଳାଇବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଟସ୍ ବେଳେ ପାକିସ୍ତାନ ଅଧିନାୟକ ସଲ୍‌ମାନ ଆଗାଙ୍କ ସହ ହାତ ନମିଳାଇବାକୁ ଭାରତୀୟ ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କୁ କହିଥିବା ମ୍ୟାଚ୍‌‌ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ଯଦି ହଟା ନଯାଏ; ତେବେ ପାକିସ୍ତାନ ଦଳ ଏସିଆ କପ୍‌ରୁ ଓହରିଯିବ ବୋଲି ପିସିବିର ଅଧ୍ୟକ୍ଷ ମୋହ୍‌ସିନ ନକ୍‌ଭି ଧମକ ଦେଇଛନ୍ତି। ଟସ୍ ବେଳେ ଓ ମ୍ୟାଚ୍‌ ସମାପ୍ତ ହେବା ପରେ ପାକିସ୍ତାନ ଖେଳାଳିଙ୍କ ସହ ଭାରତୀୟ ଖେଳାଳି ହାତ ନମିଳାଇବା ବିବାଦ ପରେ ପ୍ରଥମେ ଏସିସି ଓ ପରେ ଆଇସିସି ନିକଟରେ ପିସିବି ଔପଚାରିକ ଭାବେ ଅଭିଯୋଗ ଦାଖଲ କରିଛି। ମ୍ୟାଚ୍‌ ରେଫେରୀ ନିରପେକ୍ଷ ରହିବା କଥା। ହେ​‌େ​‌ଲ ଭାରତୀୟ ଦଳର ପ୍ରରୋଚନା​‌େ​ର ସେ ପାକିସ୍ତାନ ଅଧିନାୟକଙ୍କୁ ପ୍ରତିପକ୍ଷ ଅଧିନାୟକଙ୍କ ସହ ହାତ ନମିଳାଇବାକୁ କହିବା ଆଇସିସି ଆଚାର ସଂହିତା ଓ ଏମ୍‌ସିସି ଦ୍ବାରା ପ୍ରଣିତ ନିୟମର ଉଲ୍ଲଙ୍ଘନ।

    ଏଣେ ଭାରତୀୟ ଖେଳାଳିଙ୍କ ବିରୋଧରେ ଦୃଢ଼ ଅଭିଯୋଗ କରିଛନ୍ତି ପାକିସ୍ତାନ ଦଳର ମୁଖ୍ୟ ପ୍ରଶିକ୍ଷକ ମାଇକ୍‌ ହେସନ୍। ସେ କହିଛନ୍ତି, ମ୍ୟାଚ୍‌ ପରେ ଆମ ନିଶ୍ଚିତ ଭାବେ ଭାରତୀୟଙ୍କ ସହ ହାତ ମିଳାଇବାକୁ ପ୍ରସ୍ତୁତ ଥିଲୁ। ହେଲେ ଆମ ପ୍ରତିପକ୍ଷ ଏପରି ନକରିବା ଆମକୁ ବହୁତ ନିରାଶ କରିଥିଲା। ଏପରିକି ଆମେ ଭାରତୀୟଙ୍କ ସହ ହାତ ମିଳାଇବା ପାଇଁ ସେମାନଙ୍କ ଡଗ୍‌ଆଉଟ୍‌କୁ ଯାଇଥିଲୁ। ସେଠାରେ ଆମକୁ ଦେଖିବା ପରେ ମଧ୍ୟ ଭାରତୀୟ ଖେଳାଳି ଡ୍ରେସିଂରୁମ୍‌କୁ ଚାଲି ଯାଇଥିଲେ। ମ୍ୟାଚ୍‌ର ଏପରି ଅନ୍ତଃ ଘଟିବା ଆମକୁ ବହୁତ ଦୁଃଖ ଦେଇଛି। ମ୍ୟାଚ୍‌ରେ ଆମେ ଯେପରି ଖେଳିଲୁ; ତାହାକୁ ନେଇ ଆମେ ବହୁତ ନିରାଶ ଥିଲୁ। ତଥାପି ଆମେ ହାତ ମିଳାଇବାକୁ ପ୍ରସ୍ତୁତ ଥିଲୁ। ତେବେ ମ୍ୟାଚ୍‌ ପରବର୍ତ୍ତୀ ଘଟଣା ଆମକୁ ଆହୁରି ଦୁଃଖ ଦେଇଛି।

    Maximum 500 characters

    ଖେଳ ଖବର View all

    Find Us on Facebook