Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆ କପ: ବାଂଲାଦେଶ ଠାରୁ ହାରିଲା ଭାରତ, ଆସନ୍ତାକାଲି ଫାଇନାଲ

    Share on :
    ajab-Image
    Date: Sep 16, 2023    Views: 3469

    ନୂଆଦିଲ୍ଲୀ:  ଶୁବମନ ଗିଲ୍‌ଙ୍କ ଲଢୁଆ ଶତକୀୟ ପାଳି ସତ୍ତ୍ବେ ଏସିଆ କପରେ ବାଂଲାଦେଶ ଠାରୁ ହାରିଲା ଭାରତ । ବାଂଲାଦେଶ ପକ୍ଷରୁ ଧାର୍ୟ୍ୟ ୨୬୬ ରନ୍‌ର ଲକ୍ଷ୍ୟକୁ ପିଛା କରି ଭାରତ ଗୋଟିଏ ବଲ୍‌ ପୂର୍ବରୁ ୨୫୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା । ଏହାଫଳରେ ଲଗାତର ଦୁଇଟି ମ୍ୟାଚ୍‌ ହାରିଥିବା ବାଂଲାଦେଶ ସାନ୍ତ୍ବନାମୂଳକ ବିଜୟ ପାଇଁ ଏସିଆ କପ୍‌ ଅଭିଯାନ ଶେଷ କରିଛି । ‌ଭାରତ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଆସନ୍ତାକାଲି ଶ୍ରୀଲଙ୍କା ସହିତ ଫାଇନାଲ୍‌ ଖେଳିବ ।

    ଏହି ମ୍ୟାଚ୍‌ରେ ଭାରତ ୫ ପରିବର୍ତ୍ତନ କରି ଖେଳିଥିଲେ ବି ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଆରମ୍ଭରୁ ଝୁଣ୍ଟିଥିଲା । ପାଳିର ଦ୍ବିତୀୟ ବଲ୍‌ରେ ପ୍ରଥମ ଦିନିକିଆ ଖେଳୁଥିବା ତାଂଜିମ ହାସନ ସାକିବ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ବୋଲ୍ଡ କରିଦେଇଥିଲେ। ପଦାର୍ପଣକାରୀ ତିଳକ ବର୍ମା ମଧ୍ୟ ନିରାଶ କରି ମାତ୍ର ୫ ରନ୍‌ରେ ତାଂଜିମଙ୍କ ଦ୍ବିତୀୟ ଶିକାର ହୋଇଥିଲେ । ଶୁବମନ ଗିଲ୍‌ ଗୋଟିଏ ପଟରୁ ପାଳି ସମ୍ଭାଳୁଥିଲେ ମଧ୍ୟ ତାଙ୍କୁ କେହି ଉଚିତ ସହଯୋଗ ଦେଇ ନଥିଲେ । ମଧ୍ୟକ୍ରମରେ ସୂର୍ୟ୍ୟକୁମାର ଯାଦବ ଯଦିଓ ଗିଲ୍‌ଙ୍କ ସହ ମିଶି ଦଳୀୟ ସ୍କୋରରେ ୪୫ ରନ୍‌ ଯୋଡ଼ିଥିଲେ, ହେଲେ ଏହି ଯୋଡ଼ି ଅଧିକ ସମୟ ରହି ପାରି ନଥିଲା । ସୂର୍ୟ୍ୟଙ୍କୁ ସାକିବ ଅଲ୍‌ ହାସନ ବୋଲ୍ଡ କରିଥିଲେ । ଅନ୍ୟମାନେ ଦାୟିତ୍ବହୀନ ବ୍ୟାଟିଂ କରିଥିଲେ ମଧ୍ୟ ଅକ୍ଷର ପଟେଲ୍‌ ଶେଷ ପର୍ୟ୍ୟନ୍ତ ସଂଘର୍ଷ କରି ୪୨ ରନ୍‌ରେ ଆଉଟ୍‌ ହୋଇଥିଲେ ।


    ଏଥିପୂର୍ବରୁ ରୋହିତ ଶର୍ମା ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ଯୁବ ଅଲରାଉଣ୍ଡର ତିଳକ ବର୍ମା ଏହି ମ୍ୟାଚ୍‌ ଜରିଆରେ ଆନ୍ତର୍ଜାତିକ ଦିନିକିଆ ପଦାର୍ପଣ କରିଥିଲେ। ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସାମି ୬ ଓଭର ମଧ୍ୟରେ ବାଂଲାଦେଶର ଶୀର୍ଷ ୩ ଜଣଙ୍କୁ ଆଉଟ୍‌ କରିଥିଲା ବେଳେ ୫୯ ରନ୍‌ ମଧ୍ୟରେ ଦଳ ୪ ୱିକେଟ୍‌ ହରାଇ ସାରିଥିଲା । କିନ୍ତୁ ଅଧିନାୟକ ସାକିବ ଅଲ୍‌ ହାସନ ଓ ତୋହିଦ ହ୍ରିଦୟ ପଞ୍ଚମ ୱିକେଟ୍‌ରେ ୧୦୧ ରନ୍‌ର ରନ୍‌ର ଭାଗୀଦାରି କରି ଦଳକୁ ପୁରି ମଜବୁତ୍‌ କରାଇଥିଲେ। ସାକିବ୍‌ଙ୍କୁ ଶାର୍ଦ୍ଦୁଳ ଠାକୁର ବୋଲ୍ଡ କରି ଯୋଡ଼ି ଭାଙ୍ଗିବା ସହ ଅର୍ଦ୍ଧଶତକ ହାସଲ କରିଥିବା ତୋହିଦ୍‌ଙ୍କୁ ମହମ୍ମଦ ସାମି ପାଭିଲିଅନ୍‌ ଫେରାଇଥିଲେ। ଏହାସତ୍ତ୍ବେ ଅଷ୍ଟମ ସ୍ଥାନରେ ବ୍ୟାଟିଂକୁ ଆସିଥିବା ନସୁମ ଅହମଦ, ମେହିଦି ହାସନ ଓ ପଦାର୍ପଣକାରୀ ତାଂଜିମ ହାସନ ସାକିବ୍‌ ସ୍ଲଗ୍‌ ଓଭରରେ ଦ୍ରୁତ ରନ୍‌ ବାହାର କରି ଦଳକୁ ଲଢୁଆ ସ୍କୋରରେ ପହଞ୍ଚାଇଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook