Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ହେବ ଭାରତ-ପାକିସ୍ତାନ ବାକି ଖେଳ, ବର୍ଷା ସାଜିଥିଲା ବାଧକ

    Share on :
    ajab-Image
    Date: Sep 11, 2023    Views: 2951

    କଲମ୍ବୋ: ଏସିଆ କପ ସୁପର ୪ ରାଉଣ୍ଡର ଏକ ମ୍ୟାଚରେ ଗତକାଲି (ରବିବାର) ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିତୀୟ ଲଢେଇ ଥିଲା । ଗ୍ରୁପ ପର୍ୟ୍ୟାୟର ମୁକାବିଲା ବର୍ଷା ଯୋଗୁଁ ବାତିଲ ଥିବାରୁ ଦ୍ବିତୀୟ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ରହିଥିଲା । ହେଲେ ସେଥିରେ ବି ପାଣି ପଶି ଯାଇଥିବା । ୨୪ ଓଭର ଖେଳ ହୋଇଥିବା ବେଳେ ଅଚାନକ ବର୍ଷା ହୋଇଥିଲା ଛାଡିବାର ନାମ ନେଇନଥିଲା । ଫଳରେ ମ୍ୟାଚକୁ ଅତିରିକ୍ତ ଦିନରେ ଖେଳାଯିବାକୁ ସ୍ଥିର ହୋଇଥିଲା । ଆଜି ରିଜର୍ଭ ଡେରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅବଶିଷ୍ଟ ଖେଳ ହେବ । ଅପରାହ୍ନ ୨ଟାରୁ ମ୍ୟାଚ ଆରମ୍ଭ ହେବ । ୨୪.୧ ଓଭରରୁ ଆରମ୍ଭ ହେବ ମୁକାବିଲା । ଆଜି ମଧ୍ୟ କଲମ୍ବୋରେ ବର୍ଷା ହେବାର ସମ୍ଭାବନା ରହିଛି ।ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ବଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ପାଳି ଆରମ୍ଭ କରିଥିଲେ । ଉଭୟଙ୍କ ବ୍ୟାଟ ଗର୍ଜନ କରିଥିଲା । ଗିଲ ୩୭ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ରୋହିତ ଦର୍ଶନୀୟ ସଟ ଖେଳି ୪୨ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ୧୭ତମ ଓଭରରେ ସ୍ପିନର ଶଦାବ ଖାନ ଏହି ଯୋଡି ଭାଙ୍ଗି ଥିଲେ । ଦଳୀୟ ସ୍କୋର ୧୨୧ରେ ରୋହିତ ଶର୍ମା ବ୍ୟକ୍ତିଗତ ୪୯ ବଲରେ ୫୬ ରନ କରି ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ ପାଇଁ ଆସିଥିଲେ କେଏଲ ରାହୁଲ । ରୋହିତଙ୍କ ପରେ ପରେ ଦଳୀୟ ସ୍କୋର ୧୨୩ରେ ଶୁଭମନ ଗିଲ ୫୨ ବଲରେ ୫୮ ରନ କରି ଆଉଟ ହୋଇଥିଲେ । ୨୪.୧ ଓଭରର ଖେଳ ସମୟରେ ବର୍ଷା ହୋଇଥିଲା । ଏହା ପରେ ଆଉ ଖେଳ ହୋଇପାରିନଥିଲା । ଭାରତ ୨ଟି ୱିକେଟ ହରାଇ ୧୪୭ ରନ କରିଛି । ଆଜିଠୁ ବଳକା ଖେଳ ହେବ । ବିରାଟ କୋହଲି ଓ କେଏଲ ରାହୁଲ ଅପରାଜିତ ରହିଛନ୍ତି । ଉଭୟ ଯଥାକ୍ରମେ ୮ ଓ ୧୭ ରନ କରିଛନ୍ତି । କେଏଲ ରାହୁଲ ତାଙ୍କର ୨୦୦୦ ଦିନିକିଆ ରନ ପୂରଣ କରିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook