Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଆଜିଠୁ ଏସିଆ କପ୍‌ ଟି-ଟ୍ୱେଣ୍ଟି

    Share on :
    ajab-Image
    Date: Aug 27, 2022    Views: 3859

    ଦୁବାଇ:  କରୋନା ମହାମାରୀ ଯୋଗୁ ଚାରି ବର୍ଷ ପରେ ୟୁଏଇରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ର ୧୫ତମ ସଂସ୍କରଣ । ଏସିଆ କପ୍‌ ଇତିହାସରେ ୬ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହା ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯାଉଛି । ଗତ ୨୦୧୮ ସଂସ୍କରଣ ଦିନିକିଆ ଥିଲା । କିନ୍ତୁ ୨୦୧୬ ସଂସ୍କରଣ ପ୍ରଥମ ଥର ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯାଇଥିଲା ।

    ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ଗ୍ରୁପ୍‌ ବି’ର ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ ମିନିଟରୁ ଏହି ମ୍ୟାଚ୍‌ ଆରମ୍ଭ ହେବ । 
    ଏହି ସଂସ୍କରଣ ଶ୍ରୀଲଙ୍କାରେ ଆୟୋଜିତ ହେବାର ଥିଲା । କିନ୍ତୁ ଦେଶରେ ଅର୍ଥନୈତିକ ଅସ୍ଥିରତା ଲାଗି ରହିଥିବାରୁ ଶ୍ରୀଲଙ୍କା ବୋର୍ଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଅସମର୍ଥ ପ୍ରକାଶ କରିଥିଲା । ଶେଷରେ ୟୁଏଇକୁ ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର କରାଯାଇଥିଲା । ୨୦୧୮ ସଂସ୍କରଣ ମଧ୍ୟ ୟୁଏଇରେ ଖେଳାଯାଇଥିଲା । ଏଥର ଦୁବାଇ ଓ ସାରଜା ଦୁଇଟି ଭେନ୍ୟୁରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

    ୧୯୮୪ ମସିହାରୁ ଏସିଆ କପ୍‌ ଆରମ୍ଭ ହୋଇଥିଲା । ଦିନିକିଆ ଫର୍ମାଟରେ ଶ୍ରୀଲଙ୍କାକୁ ହରାଇ ଭାରତ ପ୍ରଥମ ଚାମ୍ପିଅନ ହୋଇଥିଲା । ଏସିଆ କ୍ରିକେଟ୍‌ କାଉନସିଲ (ଏସିସି)ର ନିଷ୍ପତ୍ତିକ୍ରମେ ଯେଉଁ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଖେଳାଯିବ, ସେହିବର୍ଷ ଏସିଆ କପ୍‌ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଏହାପରେ ୨୦୧୬ ସଂସ୍କରଣ ଟି-ଟ୍ୱେଣ୍ଟି ହୋଇଥିଲା । ଭାରତ ୮ ୱିକେଟ୍‌ରେ ବାଂଲାଦେଶକୁ ହରାଇ ଚାମ୍ପିଅନ ହୋଇଥିଲା । ଭାରତ ସର୍ବାଧିକ (୧୯୮୪, ୧୯୮୮, ୧୯୯୦–୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ ) ୭ ଥର ଚାମ୍ପିଅନ ହୋଇଥିବାବେଳେ ଶ୍ରୀଲଙ୍କା ୫ ଥର (୧୯୮୬, ୧୯୯୭, ୨୦୦୪, ୨୦୦୮, ୨୦୧୪) ଏବଂ ପାକିସ୍ତାନ ୨ ଥର (୨୦୦୦, ୨୦୧୨) ଜିତିଛି ।
     ଆସନ୍ତା ୨୮ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ରହିଛି । ଗତ କିଛି ଦିନ ହେଲା ଭାରତୀୟ ଦଳ ଦୁବାଇରେ କଠିନ ଅଭ୍ୟାସ ଜାରି ରଖିଛି । ଅଭ୍ୟାସ ଦେଖିବା ପାଇଁ ସ୍ଥାନୀୟ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବରିଷ୍ଠ ଖେଳାଳି କୋହଲି, ରୋହିତଙ୍କ ସହ ଲୋକେଶ ରାହୁଲ, ପନ୍ତ, ପାଣ୍ଡ୍ୟା, କାର୍ତ୍ତିକ, ଭୁବନେଶ୍ୱର, ଅଭେଶ ଓ ଚହଲ ଦୀର୍ଘ ସମୟ ଧରି ନେଟ୍ସରେ ସମୟ ବିତାଉଥିବା ଦେଖିବାକୁ ମିଳିଛି ।

    Maximum 500 characters

    ଅଜବ View all

    Find Us on Facebook