Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଏସିଆ କପକୁ ହଂକଂର ଯୋଗ୍ୟତା

    Share on :
    ajab-Image
    Date: Aug 26, 2022    Views: 3627

    ମସ୍କଟ : ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟୟ ଟୁର୍ଣ୍ଣାମେରେ ଅପରାଜୟ ରହି ହଂକଂ ଷଷ୍ଠ ତଥା ଅନ୍ତିମ ଦଳ ଭାବେ ମୁଖ୍ୟ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଛି  । ଏଥିସହ ଗ୍ରୁପ -ଏ  କ୍ରୀଡା ସୂଚୀ, ଚୂଡାନ୍ତ ହୋଇଛି । କଂକଂ ଦଳ ଆସନ୍ତା ୩୧ ତାରିଖ ଭାରତ ଏବଂ ସେପ୍‌ଟେମ୍ବର ୨ ତାରିଖରେ ପାକିସ୍ତାନକୁ ଭେଟିବ । ସେହିପରି ଗ୍ରୁପ-ବି ରେ ଆଫଗାନିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଦଳ ସାମିଲ ରହିଛନ୍ତି  । ଆସନ୍ତା ଶନିବାରଠାରୁ  ୟୁଏଇରେ  ଏସିଆ କପ୍‌ ଟି-ଟ୍ୱେଣ୍ଟି ଆରମ୍ଭ ହେବ । ଯୋଗ୍ୟତା ପର୍ଯ୍ୟୟ ଟୁର୍ଣ୍ଣାମେଣ୍ଟ ରେ ମୋଟ ୪ଟି ଦଳ ଯଥା ହଂକଂ, କୁଏତ, ୟୁଏଇ ଏବଂ ସିଙ୍ଗାପୁର ଭାଗ ନେଇଥିଲା  । ହଂକଂ ୩ଟି ମ୍ୟାଚ ଖେଳି ୩ ବିଜୟ ସହ ଏସିଆ କପକୁ ଯୋଗ୍ୟତା ଅର୍ଜନ କରିଥିଲା  ।

    ଗତ ବିଳମ୍ବିତ ରାତ୍ରିରେ ଖେଳାଯାଇଥିବା ଅନ୍ତମ ଲିଗ ମ୍ୟାଚରେ ହଂକଂ ୮ ୱିକେଟରେ ୟୁଏଇକୁ ପରାଜିତ କରିଥିଲା । ଏହି ମ୍ୟାଚରେ ୟୁଏଇ ପ୍ରଥମେ ବ୍ୟାଟିଂ କରି ୧୪୭ରନ  କରିଥିଲା । ଦଳ ପକ୍ଷରୁ ସି. ରିଜଓା୍ୱନ ୪୯ ଓ ଜୱାର ଫରଦ ୪୧ ରନ କରିଥିଲେ  । ହଂକଂ ଏହେସାନ ଖାନ ସର୍ବାଧିକ ୪ଟି  ୱିକେଟ ଅକ୍ତିଆର କରିଥିେଲେ  । ଜବାବରେ ହଂକଂ ୬ ବଲ ବାକି ଥାଇ ୨  ୱିକେଟ ବିନିମୟରେ ଆବଶ୍ୟକ  ରନ୍‌ ସଂଗ୍ରହ କରିନେଇଥିଲା   । ନିଜାକତ ଖାନ ୩୯, ୟାସିମ ମୁର୍ତାଜା ୫୮ ରନ କରି ଆଉଟ ହୋଇଥିଲାବେଳେ ବାବର ହାୟତ ୩୮ ଓ କିଞ୍ଚିତ ଶାହ  ୬ରନ କରି ଅପରାଜିତ ଥିଲେ  ।

    Maximum 500 characters

    ଅଜବ View all

    Find Us on Facebook