Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆ କପ୍ କ୍ରିକେଟ: ବିଜୟ ମୁକୁଟ ପିନ୍ଧିଲା ଭାରତ

    Share on :
    ajab-Image
    Date: Sep 29, 2025    Views: 3054

    ନୂଆଦିଲ୍ଲୀ: ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ହେଲା । ଶେଷରେ ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ଶେଷରେ ସେହି ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନକୁ ପ୍ରଥମ ଥର ପାଇଁ ପରାସ୍ତ କରିଛି ।
    ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ ଉପରେ ଥିଲା ସାରା ବିଶ୍ବର ନଜର । ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ସୂର୍ୟ୍ୟକୁମାର ଯାଦବ । ମାତ୍ର ପାକିସ୍ତାନ ଓପନିଂ ଖୁବ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ତେବେ ପ୍ରଥମ ଦଳର ସ୍କୋର ୮୧ ଥିବାବେଳେ ପ୍ରଥମ ବ୍ରେକ୍ ଥ୍ରୁ ଦେଇଥିଲେ ବରୁଣ ଚକ୍ରବର୍ତ୍ତି । ପରେ ଭାରତର ସ୍ପିନ୍ ବାହିନୀ ପାକ୍ ବ୍ୟାଟରଙ୍କୁ ଧୂଳି ଚଟାଇ ଦେଇଥିଲେ । କାଳ ସାଜିଥିବା କୁଲଦୀପ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲ ୨ ଏବଂ ବରୁଣଙ୍କୁ ମିଳିଥିଲା ୨ଟି ୱିକେଟ୍ । ବାକି ଦୁଇଟି ୱିକେଟ୍ ବୁମରାଙ୍କ ହାତରେ ଲାଗିଥିଲା । ନିର୍ଦ୍ଦାରିତ ୨୦ ଓଭରରେ ୧୪୬ ରନ୍ ସ୍କୋର କରି ଅଲଆଉଟ ହୋଇଯାଇଥିଲା ପାକିସ୍ତାନ ।ତେବେ ଭାରତ ୧୪୭ ରନ୍ ର ବିଜୟଲକ୍ଷ୍ୟକୁ ପିଛା କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ନିରାଶ କରିଥିଲେ ଅଭିଷେକ, ସୂର୍ୟ୍ୟକୁମାର ଓ ଗିଲ୍ । ପରେ ତିଲକ ବର୍ମାଙ୍କୁ ଉପଯୁକ୍ତ ସାଥ୍ ଦେଇଥିଲେ ଶିବମ ଦୁବେ । ଛକା ଚଉକା ବର୍ଷା କରି ପାକିସ୍ତାନି ବୋଲରଙ୍କ ମୁହଁ ଫୁଟାଣି ଭାଙ୍ଗି ଦେଲେ ତିଲକ ବର୍ମା ଓ ଶିବମ ଦୁବେ । ତିଳକ ବର୍ମା ୫୩ ବଲରେ ୬୯ ରନ୍ କରି ନଟଆଉଟ ଥିବା ବେଳେ ଶିବମ ଦୁବେ ୩୩ ସଞ୍ଜୁ ସାମସନ ୨୪ ଏବଂ ଶେଷରେ ଚଉକା ମାରି ମ୍ୟାଚ ଫିନିସ କରିଥିଲେ ରିଙ୍କୁ ସିଂ ।

    Maximum 500 characters

    ଖେଳ ଖବର View all

    Find Us on Facebook