Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମୋତେ ଏକଦା ବସ୍ ଚକା ତଳକୁ ଠେଲିଦେବା ପରି ଲାଗୁଥିଲା: ଅଶ୍ବିନୀ

    Share on :
    ajab-Image
    Date: Dec 22, 2021    Views: 4173

    ମୁମ୍ବାଇ: ପୁଣି କ୍ରିକେଟରେ ମୁଣ୍ଡ ଟେକିଲା ବିବାଦ । ରବି ଶାସ୍ତ୍ରୀଙ୍କୁ ଖୋଲା ସମାଲୋଚନା କରିଛନ୍ତି ସ୍ପିନର ରବିଚନ୍ଦ୍ର ଅଶ୍ବିନୀ ।
    ଦଳରେ ଅବହେଳା କାରଣରୁ ଏବଂ ଶାସ୍ତ୍ରୀଙ୍କ ପାଇଁ ସେ ବହୁବାର ଖେଳରୁ ଅବସର ନେବାକୁ ମନସ୍ଥ କରିଥିବା କହିଛନ୍ତି ଅଶ୍ବିନୀ । ଏକ ସାକ୍ଷାତକାରରେ ଅଶ୍ବିନୀ କହିଛନ୍ତି ଯେ, ମୋତେ ଏକଦା ବସ୍ ଚକା ତଳକୁ ଠେଲିଦେବା ପରି ଲାଗୁଥିଲା । ଅନେକ ଗୁଡିଏ କାରଣ ପାଇଁ ଅବସର କଥା ଚିନ୍ତା କରିଥିଲି । ଦଳରେ ଅନେକ ଲୋକଙ୍କୁ ସମର୍ଥନ ମିଳୁଛି ମୋତେ କାହିଁକି ନୁହେଁ ? ବେଳେ ବେଳେ ଲୋକମାନେ ମୋ ଆଘାତକୁ ନେଇ ସମ୍ବେଦନଶୀଳ ନୁହଁନ୍ତି ବୋଲି ମୁଁ ଭାବେ ।'୨୦୧୯ ରେ ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ପରେ କୋଚ ରବି ଶାସ୍ତ୍ରୀ କୁଲଦୀପ ଯାଦବଙ୍କୁ ବିଦେଶରେ ଭାରତର ଏକ ନମ୍ବର ସ୍ପିନର ଭାବେ ଘୋଷଣା ପରେ ଏପରି ମନରେ ଭାବନା ଆସିଥିବା କହିଛନ୍ତି ଅଶ୍ବିନୀ । ସେ କହିଛନ୍ତି ଯେ, 'ରବିଭାଇଙ୍କୁ ଆମେ ସମସ୍ତେ ସମ୍ମାନ କରୁ । ମୋ ମନରେ ମଧ୍ୟ ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ ବ୍ୟକ୍ତିଗତ ଭାବେ ଶାସ୍ତ୍ରୀଙ୍କ ମନ୍ତବ୍ୟ ମୋତେ ବହୁତ ବାଧିଥିଲା । କୁଲଦୀପଙ୍କ ସଫଳତା ପାଇଁ ମୁଁ ବହୁତ ଖୁସିଥିଲି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମୁଁ କେବେ ୫ ୱିକେଟ ପାଇନଥିଲି, କିନ୍ତୁ କୁଲଦୀପ ପାଇଥିଲେ । ଏହା ବହୁତ ବଡ ସଫଳତା । ଅଷ୍ଟ୍ରେଲିଆ ବିପକ୍ଷରେ ଏ ସଫଳତା ମୋ ପାଇଁ ବହୁତ ଗୁରତ୍ବ ରଖିଥିଲା ।ହେଲେ ମୁଁ ମଧ୍ୟ ଦଳ ପାଇଁ କିଛି କମ୍ କରିନାହିଁ । ଦେଶ ପାଇଁ ମୁଁ ଅନେକ ମ୍ୟାଚ ଜିତିଛି ।କିନ୍ତୁ ବିଦେଶ ମାଟିରେ ଭାରତର ଏକ ନମ୍ବର ସ୍ପିନରେ ଭାବେ କୁଲଦୀପଙ୍କୁ ଶାସ୍ତ୍ରୀଙ୍କ ଘୋଷଣା ମୋତେ ଆଘାତ ଦେଇଥିଲା । ମୋତେ କେହି ବସ୍ ଚକା ତଳକୁ ଫିଙ୍ଗିଦେବା ପରି ଲାଗିଥିଲା । ମୋତେ କିନ୍ତୁ ସେଥିରୁ ବାହାରି ଦଳର ସଫଳତାକୁ ଉପଭୋଗ କରିବାର ଥିଲା । ଆଉ ମୁଁ ଦଳର ବିଜୟ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲି ।'ତେବେ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ ଏବଂ କପିଲ ଦେବଙ୍କ ପରେ ଅଶ୍ବିନୀ ସର୍ବାଧିକ ଟେଷ୍ଟ ୱିକେଟ ନେଇଥିବା ତୃତୀୟ ବୋଲର । ମାତ୍ର ସେ ୨୦୧୮ ରୁ ୨୦୨୦ ମଧ୍ୟରେ ଦଳଗତ ଅବହେଳା ପାଇଁ ଅବସର ନେବାକୁ ବାରବାର ମନସ୍ଥ କରିଥିବା ସର୍ବ ସମ୍ମୁଖରେ ଖୁଲାସା କରିଛନ୍ତି । ଅଶ୍ବିନୀଙ୍କ ଏହି ବିସ୍ଫୋରକ ବୟାନ ପରେ କ୍ରୀଡା ଜଗତରେ ଆଉ ଏକ ବିବାଦ ସୃଷ୍ଟି ହୋଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook