Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କେନ୍ଦ୍ର ସରକାରଙ୍କର ନାହିଁ ମାନବିକତା:ଅଶୋକ ପଣ୍ଡା

    Share on :
    ajab-Image
    Date: May 25, 2023    Views: 3784

    ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ନାହିଁ ମାନବିକତା । କୋଭିଡ ସମୟରେ DBTର ଟପଅପ୍ ଅର୍ଥ ନଦେଇ କେନ୍ଦ୍ର ସରକାର ନିଜର ମାନବିକତାକୁ ମାରିଦେଇଛନ୍ତି । ଓଡ଼ିଶାର ହିତାଧିକାରୀ କ’ଣ ଭାରତର ନାଗରିକ ନୁହଁନ୍ତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଅଶୋକ ପଣ୍ଡା । ସେପଟେ ଏଭଳି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଯୁକ୍ତିକୁ ନେଇ ଆଶ୍ଚର୍ୟ୍ୟ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଏଥିରୁ ଜଣାପଡ଼ୁଛି ଯେ କେନ୍ଦ୍ରମନ୍ତ୍ରୀ ଗ୍ରାଉଣ୍ଡ ଲେବଲରେ ସ୍ଥିତି ଜାଣିନାହାନ୍ତି । ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ ଲୋକେ ୨୦ରୁ ୩୦ କିଲୋମିଟର ଯାଇ ପେନସନ ଉଠାଉଛନ୍ତି । ୫୦୦ ଟଙ୍କା ଉଠାଇବା ପାଇଁ ସେମାନଙ୍କୁ ୨୦୦ ରୁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ରାଜ୍ୟ ସରକାର ଘରେ ନେଇ ଭତ୍ତା ପହଞ୍ଚାଇବା ପରେ ଲକ୍ଷାଧିକ ହିତାଧିକାରୀଙ୍କ ପାଇଁ ଆଶ୍ବସ୍ଥିର ବିଷୟ ପାଲଟିଛି । ଏହାଦ୍ବାରା ସେମାନେ ଭତ୍ତା ପାଇଁ ଯାଉଥିବା ଦୂରତା କମିଯାଉଛି ବୋଲି ସସ୍ମିତ ପାତ୍ର କହିଛନ୍ତି । ଲକ୍ଷ ଲକ୍ଷ ବିଧବା ଓ ଭିନ୍ନକ୍ଷମଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଏଭଳି କହି ଅନ୍ୟାୟ କରିଛନ୍ତି । ତାଙ୍କର ଏଭଳି ଷ୍ଟାଣ୍ଡ ଯନ୍ତ୍ରଣାଦାୟକ । ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ବୟାନ ହିତାଧିକାରୀଙ୍କ ମନୋବଳକୁ କ୍ଷତି ପହଞ୍ଚାଇଛି । ତୁରନ୍ତ ଏଭଳି ବୟାନକୁ ଫେରାଇ ନିଅନ୍ତୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

    ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ନଗଦ ଟଙ୍କା ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ମଧୁବାବୁ ପେନସନ୍ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା, ୧୪୬୮ କିନ୍ନର, କୋଭିଡ ଆକ୍ରାନ୍ତ ପରିବାରର ୪୩ ଜଣ ଅନାଥ ଶିଶୁ ଓ ୬୯୬ ବିଧବା ହୋଇଛନ୍ତି ଉପକୃତ ହେଉଛନ୍ତି । ଓଡ଼ିଶାରେ ଜାତୀୟ ସାମାଜିକ ସୁରକ୍ଷା ସହାୟତା ପାଇଁ ଯେଉଁ ଅର୍ଥ ରାଶି ଦିଆଯାଉଛି, ଆବଶ୍ୟକ ହେଲେ ତାକୁ ମଧ୍ୟ ନଗଦ ଆକାରରେ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଗତ ୪ ବର୍ଷ ରେ ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୨୩.୧୩ ଲକ୍ଷରୁ ବୃଦ୍ଧି ପାଇ ୨୮.୩୭ ଲକ୍ଷରେ ପହଁଚିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook