ଭୁବନେଶ୍ୱର: ଜଣଙ୍କ ପରେ ଜଣେ ବିଜେଡି ରାଜ୍ୟସଭା ସାଂସଦ ଦଳ ଛାଡ଼ିବା ପରେ ବିଜେଡି ଏବେ ସଙ୍କଟରେ ରହିଛି । ଏହା କହିଛନ୍ତି ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି । ସେ କହିଛନ୍ତି ବିଜେଡିର ଅନେକ ନେତା ଏବେ ବିଜେପି ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼ ନେତା ବିଜେପିରେ ଯୋଗଦେବେ । ବିଜେଡି ଏବେ ସଙ୍କଟରେ । ବିଜେଡି ଆଗକୁ ରହିବ କି ନାହିଁ ତାହା ଆଗକୁ ଜଣାପଡ଼ିବ ବୋଲି ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରକାଶ ଯେ ବିଜେଡିକୁ ଗୋଟିଏ ପରେ ଗୋଟେ ଝଟକା ଲାଗୁଛି। ପ୍ରଥମେ ମମତା ମହାନ୍ତ । ଆଉ ତାଙ୍କ ପରେ ସୁଜିତ କୁମାର । ବିଜେଡିର ଦୁଇ ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ଏବେ ପଦ୍ମଶିବିରରେ ଯୋଗଦେଇଛନ୍ତି ।
ଅନ୍ୟପକ୍ଷରେ ବିଜେଡି ନେତା ସୁଜିତ୍ କୁମାର ଶୁକ୍ରବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ନେଇ ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ଆରମ୍ଭ ମାତ୍ର, ଆହୁରି ଲମ୍ବା ଲାଇନ ଅଛି, ସମୟକୁ ଅପେକ୍ଷା କରନ୍ତୁ। ବିଜେଡିରେ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଛି। ବିଜେଡିରେ ବହୁ ନେତା ଅବହେଳିତ ହୋଇ ରହୁଛନ୍ତି। ସାରା ରାଜ୍ୟରେ ଦୁର୍ନୀତି ହୋଇଛି। ଏହାଛଡ଼ା ମମତା କହିଛନ୍ତି ଯେ ବିଜେଡିର ଏକାଧିକ ନେତା ଓ କର୍ମୀ ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ବିଜେଡି କର୍ମୀ ଅସନ୍ତୁଷ୍ଟ ହୋଇ ରହିଛନ୍ତି । ଯେଉଁମାନେ ଦଳ ପ୍ରତିଷ୍ଠା କରିଥିଲେ ସେମାନେ ଦଳରେ ନାହାନ୍ତି । ସେମାନଙ୍କୁ ଦଳରେ ଅଣଦେଖା କରାଗଲା । ମୋ ପରେ ସୁଜିତ କୁମାର ଦଳ ଛାଡ଼ିଲେ । ହୁଏତ ଆଗକୁ ଅନେକ ଆସିପାରନ୍ତି ବୋଲି ମମତା ମହାନ୍ତ କହିଛନ୍ତି ।
Comments ସମସ୍ତ ମତାମତ