Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଗେହଲଟ୍

    Share on :
    ajab-Image
    Date: Sep 23, 2022    Views: 3376

    ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ହଟଚମଟ ଜାରି ରହିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଲଢ଼ିବେ । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସ୍ଥିର କରିଛନ୍ତି । କହିଛନ୍ତି ଆଜି ପର୍ୟ୍ୟନ୍ତ ଯେଉଁମାନେ କଂଗ୍ରେସର ଅଧ୍ୟକ୍ଷ ରହି ଆସିଛନ୍ତି ସେମାନେ ଆଦୌ ମୁଖ୍ୟମନ୍ତ୍ରୀ ନଥିଲେ । ଯଦି ତାଙ୍କୁ ସୁଯୋଗ ମିଳିବ ତେବେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି କାମ କରିବେ ।

    ଗେହଲଟ ଆଶା ରଖିଥିଲେ ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ପଦବି ମଧ୍ୟ ରଖିବେ । କିନ୍ତୁ ତାଙ୍କର ଏହି ଆଶାକୁ ଶକ୍ତ ଝଟ୍‌କା ଲାଗିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସ୍ପଷ୍ଟ କରିଛନ୍ତି କି ଦଳରେ ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିବେ । ଏହା ଯେଭଳି କଡାକଡି କାର୍ୟ୍ୟକାରୀ ହେବ ତାହା ସୁନିଶ୍ଚିତ କରିବାକୁ ସେ ଦଳର ନେତାମାନଙ୍କୁ କହିଛନ୍ତି ।

    କିନ୍ତୁ ରାହୁଲଙ୍କ ସ୍ପଷ୍ଟ ସନ୍ଦେଶ ପରେ ୭୧ ବର୍ଷୀୟ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ତାଙ୍କର ଆଶଙ୍କା ରହିଛି କି ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ତାଙ୍କ ବିରୋଧୀ ଭାବେ ଜଣାଶୁଣା ସଚିନ ପାଇଲଟଙ୍କୁ ଏହି ପଦ ମିଳିଯିବ । ୨୦୨୦ରେ ସଚିନଙ୍କ ବିଦ୍ରୋହ ଯୋଗୁ ଗେହଲଟଙ୍କ ସରକାର ଭାଙ୍ଗିବା ସ୍ଥିତିକୁ ଆସିଥିଲା । ଗେହଲଟଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବାର ପାଇଲଟ ମଧ୍ୟ ଦୃଢ଼ ଦାବିଦାର । କିନ୍ତୁ ଗେହଲଟ ବର୍ତ୍ତମାନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁନାହାନ୍ତି । ସେଥିପାଇଁ ସେ ବିଧାନସଭା ବାଚସ୍ପତି ସି.ପି ଯୋଶୀଙ୍କ ନାମ ମୁଖ୍ୟମନ୍ତ୍ରୀ ପଦବି ପାଇଁ ସୁପାରିସ କରିଛନ୍ତି ।

    ଗତକାଲି ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ବେଳେ ଏଭଳି ପ୍ରସ୍ତାବ ଦେଇଥିବା କୁହାଯାଉଛି । ଯଦି ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତି ତଥାପି ସେ ରାଜ୍ୟ ବଜେଟ ଆଗତ କରିବା ଲାଗି ଆସନ୍ତାବର୍ଷ ଫେବ୍ରୁଆରୀ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ଗେହଲଟ ଓ ଯୋଶୀଙ୍କ ଭିତରେ ଉତ୍ତମ ସମ୍ପର୍କ ରହିଛି । ୨୦୨୦ ଜୁନ୍‌ରେ ଗେହଲଟଙ୍କ ସରକାର ବଞ୍ଚାଇବାରେ ଯୋଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook