Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପରଲୋକରେ ଆଶା ଭୋସଲେ

    Share on :
    ajab-Image
    Date: Apr 12, 2026    Views: 3484

    ନୂଆଦିଲ୍ଲୀ: ପରଲୋକରେ ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଶାଙ୍କ ପରଲୋମକ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।  ଆଶାଙ୍କ ପୁଅ ଆନନ୍ଦ ଭୋସଲେ କହିଛନ୍ତି, ସେ ଆଉ ନାହାନ୍ତି। ଆସନ୍ତାକାଲି ଅପରାହ୍ନ ୪ଟା ବେଳେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। 

    କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ଶନିବାର ସନ୍ଧ୍ୟାରେ ହୃଦ୍‌ଘାତ ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।  ୯୨ ବର୍ଷୀୟା ଏହି ଗାୟିକାଙ୍କୁ ହସ୍ପିଟାଲ୍‌ର ‘ଇମର୍ଜେନ୍ସି ମେଡିକାଲ୍ ସର୍ଭିସେସ୍ (ଇଏମ୍‌ଏସ୍‌)’ ୟୁନିଟ୍‌ରେ ରଖାଯାଇଥିଲା । ୭ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସଙ୍ଗୀତ ଜଗତକୁ ନିଜର ସୁମଧୁର ସ୍ୱରରେ ମନ୍ତ୍ରମୁଗ୍ଧ କରିଥିବା ଆଶା ଭୋସଲେ ହଜାର ହଜାର ଗୀତ ଗାଇଛନ୍ତି। ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଛି। 

    ୧୯୩୩ ସେପ୍ଟେମ୍ବର ୮ରେ ଜନ୍ମଗ୍ରହଣ କରିଥିବା ଆଶା ଭୋସଲେ ଭାରତୀୟ ସଙ୍ଗୀତର ବହୁମୁଖୀ ସ୍ୱରମାନଙ୍କ ମଧ୍ୟରୁ ଜଣେ। ଲତା ମଙ୍ଗେସକରଙ୍କ ସାନ ଭଉଣୀ ହେବା ସତ୍ତ୍ୱେ, ଆଶା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶାସ୍ତ୍ରୀୟ ସଙ୍ଗୀତ ବ୍ୟତୀତୀ ପପ୍, ଗଜଲ ଏବଂ ଲୋକଗୀତ ବି ଗାଇଛନ୍ତି ଆଶା। ସେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର୍ ଭାବେ କଣ୍ଠଦାନ କରିଆସୁଛନ୍ତି।  ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ‘ସଙ୍ଗଦିଲ’ରେ ପ୍ରଥମ ଗିତ ଗାଇଥିଲେ। ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଛି।

    ଆଶା ଭୋଁସଲେ ୧୯୪୮ ମସିହାରେ “ସାୱନ୍ ଆୟା” ଗୀତ ସହିତ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ଯାହା ଏକ ବଡ଼ ହିଟ୍ ହୋଇଥିଲା। ସେ ଆଜି ପର୍ୟ୍ୟନ୍ତ ପ୍ରାୟ ୧୬ ହଜାର ଗୀତ ଗାଇଛନ୍ତି। ହିନ୍ଦୀ ବ୍ୟତୀତ, ସେ ମରାଠୀ, ବଙ୍ଗଳା, ତାମିଲ ଏବଂ ରୁଷିଆନ୍ ସମେତ ଅନେକ ଭାଷାରେ ନିଜର କଣ୍ଠସ୍ୱର ଦେଇଛନ୍ତି। ପୂର୍ବରୁ, ତାଙ୍କ ସୁମଧୁର କଣ୍ଠସ୍ୱର ବିନା ଚଳଚ୍ଚିତ୍ର ଗୁଡ଼ିକୁ ଅପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା।

    Maximum 500 characters

    ତାଜା ଖବର View all

    Find Us on Facebook