Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

    Share on :
    ajab-Image
    Date: Dec 7, 2025    Views: 3124

    ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ୟାତନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି ବୋଲି ଅଭିଯୋଗ ଆଣି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କ୍ଷୋଭ ପ୍ରକାଶ କରିବା ସହ ଏହା ଉପରେ ଉପ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ଶନିବାର ଗୃହର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀମତୀ ମଲ୍ଲିକ କହିଲେ, ରାଉରକେଲାର ନାବାଳିକାଙ୍କୁ ନେଇ ରାଜସ୍ଥାନରେ ବିକ୍ରି କରାଯାଇଛି। ସେଠାରେ ସେମାନଙ୍କୁ ନିର୍ୟାତନା ଦିଆଯାଉଛି। ୨୦୨୮-୦୯ରେ କାର୍ୟ୍ୟକାରୀ ହୋଇଥିବା ନିୟମ ଅନୁସାରେ ମହିଳାମାନେ ବାହାରକୁ ଯାଇ କାମ କରିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ତହସିଲଦାର, ବିଡିଓ, ସିଡିପିଓଙ୍କ ଅନୁମତି ନେବା ଜରୁରୀ, କିନ୍ତୁ ଏହି ନିୟମ କେତେଦୂର ପାଳନ ହୋଇଛି ତାହା ତର୍ଜମା ହେବା ଆବଶ୍ୟକ। ମହିଳା ଚାଲାଣ ରୋକିବା ପାଇଁ କ’ଣ ନିୟମ ରହିଛି ତାହା ସରକାର ଜଣାନ୍ତୁ। ସେ କହିଲେ, କିଛି ଦିନ ପୂର୍ବେ ନୀଳଗିରିର ଏକ ଛାତ୍ରାବାସରେ ଜଣେ ଛୋଟ ପିଲାକୁ ସମ୍ପୃକ୍ତ ଶିକ୍ଷକ ଶିକୁଳିରେ ବାନ୍ଧି ବାହାରକୁ ପଳାଇଥିଲେ। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ କ’ଣ ନିୟମ ଅଛି ତାହା ଗୃହକୁ ଅବଗତ କରାଯାଉ ବୋଲି ଦର୍ଶାଇ ସେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଏହା ପରେ ଚଳିତ ଅଧିବେଶନ ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ବନ୍ଧରେ ତର୍ଜମା କରି ଗୃହରେ ବିବୃତି ରଖିବାକୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦେଶ ଦେଇଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook