ମୁଖ୍ୟ ଖବର
ନୂଆଦିଲ୍ଲୀ: ଦିଲ୍ଲୀରେ ରବିବାର ସନ୍ଧ୍ୟାରେ ଏକ ଅତ୍ୟନ୍ତ ଅମାନୁଷିକ ଏବଂ ବର୍ବର ହତ୍ୟାକାଣ୍ଡ ହୋଇଛି। ସାକ୍ଷୀ ନାମ୍ନୀ ଜଣେ ୧୬ ବର୍ଷୀୟା ନାବାଳିକାକୁ ତା’ର ପ୍ରେମିକ ୨୨ଥର ଛୁରୀ ଭୁସିବା ପରେ ମୁଣ୍ଡକୁ ବାରମ୍ବାର ପଥରରେ ଛେଚି ହତ୍ୟା କରିଛି। ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା। ୧୬ ବର୍ଷୀୟ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହା ସହିତ ଦୋଷୀଙ୍କୁ କୋର୍ଟରୁ କଠୋର ଦଣ୍ଡ ଦେବା ପାଇଁ ଦିଲ୍ଲୀ ସରକାର ଯଥାସମ୍ଭବ ଚେଷ୍ଟା କରିବେ ଏବଂ ବଡ ବଡ ଓକିଲମାନଙ୍କୁ ନିୟୋଜିତ କରିବେ। ଏଥିସହ ଆଜି ସେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି।
ସେହିପରି ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶି ଟ୍ୱିଟ୍ କରି କହିଛନ୍ତି, ‘ଆଜି ଅପରାହ୍ନ ୩ଟାରେ ମୁଁ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଛି। ଏହି ଦୁଃଖ ସମୟରେ ଆମେ ତାଙ୍କ ପରିବାର ସହିତ ଛିଡ଼ା ହୋଇଛୁ। ‘ଉଲ୍ଲେଖ ଥାଉ କି ଉତ୍ତର ଦିଲ୍ଲୀର ରୋହିଣୀ ସ୍ଥିତ ଶାହବାଦ ଡେରି ଅଞ୍ଚଳରେ ଗତକାଲି ସର୍ବସମ୍ମୁଖରେ ଏହି ହତ୍ୟାକାଣ୍ଡ ହୋଇଥିଲା । ଅଭିଯୁକ୍ତ ସାହିଲ ଓ ମୃତ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।
ତେବେ ହତ୍ୟାକାଣ୍ଡ ପୂର୍ବଦିନ ସେମାନଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ରବିବାର ସନ୍ଧ୍ୟାରେ ନାବାଳିକା ତାର ଜଣେ ବନ୍ଧୁଙ୍କ ପୁଅର ଜନ୍ମଦିନ ପାର୍ଟିକୁ ଯାଉଥିବା ବେଳେ ବାଟରେ ଅଭିଯୁକ୍ତ ସାହିଲ ଆକ୍ରମଣ କରିଥିଲା। ହତ୍ୟାକାଣ୍ଡ ପରେ ସାହିଲ ସ୍ଥାନ ଛାଡ଼ି ପଳାଇଥିଲା। ପୁଲିସ ତାକୁ ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଗିରଫ କରିଥିଲା ।
Comments ସମସ୍ତ ମତାମତ