Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମନ୍ତ୍ରୀପଦ ନମିଳିବାରୁ ସୌମ୍ୟରଞ୍ଜନ ବିଜୁ ଜନତା ଦଳ ବିରୁଦ୍ଧରେ କହୁଛନ୍ତି:ଅରୁଣ

    Share on :
    ajab-Image
    Date: Sep 8, 2023    Views: 3372

    ନୟାଗଡ଼: ବିଧାନସଭାକୁ ନିର୍ବାଚିତ ହେବା ପାଇଁ ବାରମ୍ବାର ବିଫଳ ହେବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ଖଣ୍ଡପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ନିର୍ବାଚନମଣ୍ଡଳୀ ବାହାର ଲୋକଙ୍କୁ ଖଣ୍ଡପଡ଼ାବାସୀ ବିଶ୍ୱାସ କରୁ ନ ଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବିଜେଡି ପ୍ରାର୍ଥୀ ସୌମ୍ୟଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିଲେ । ମାତ୍ର ବିଧାୟକ ରୂପେ ନିର୍ବାଚିତ ହେବା ପରେ ସୌମ୍ୟରଞ୍ଜନ କେବଳ ଦଳର ନେତା ନୁହନ୍ତି, ଖଣ୍ଡପଡ଼ାବାସୀଙ୍କ ପ୍ରତି ମଧ୍ୟ ବିଶ୍ୱାସଘାତକତା କରିଛନ୍ତି । ସ୍ଥାନୀୟ ଲୋକଙ୍କ ବିଶ୍ୱାସକୁ ଖଣ୍ଡଖଣ୍ଡ କରି ଭାଙ୍ଗି ଦେଇଛନ୍ତି । ୪ ବର୍ଷ ବିତିଥିବା ସତ୍ତ୍ବେ ବିଧାୟକ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଅନେକ ଗାଁ ମାଟି ମାଡ଼ି ନାହାନ୍ତି । ଯାହାକୁ ନେଇ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ ।
    ଅରୁଣ କହିଛନ୍ତି ଯେ, ବିଧାୟକ ସୌମ୍ୟରଞ୍ଜନ ହାରି ହାରି ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ । ତେବେ ମନ୍ତ୍ରୀପଦ ନମିଳିବାରୁ ଆଜି ସେ ବିଜୁ ଜନତା ଦଳ ଏବଂ ସରକାରଙ୍କ ବିରୁଦ୍ଧରେ କହୁଛନ୍ତି । ସମାଜସେବା କଥା କହୁଥିବା ସୌମ୍ୟରଞ୍ଜନ ଗତ ୪ ବର୍ଷ ୪ ମାସ ଭିତରେ ଖଣ୍ଡପଡାରେ କ’ଣ ସେବା କରିଛନ୍ତି ସେ ସମ୍ପର୍କରେ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ପଚାରିଲେ କହିବେ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି । ଦଳକୁ ସୌମ୍ୟରଞ୍ଜନ ବ୍ଲାକମେଲ୍ କରୁଛନ୍ତି ବୋଲି ନୟାଗଡ଼ ବିଧାୟକ ଅଭିଯୋଗ କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook