Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପଞ୍ଚାୟତ ବିକାଶର ବାଟ ଓଗାଳୁଛି ବିଜେପି: ଅରୁଣ ସାହୁ

    Share on :
    ajab-Image
    Date: Oct 11, 2023    Views: 4773

    ଭୁବନେଶ୍ବର : ଗ୍ରାମାଞ୍ଚଳର ଭିତ୍ତିଭୂମିର ରୂପାନ୍ତରୀକରଣ ସହ ଆଧ୍ୟାତ୍ମିକ ମୂଲ୍ୟବୋଧର ଭିତ୍ତିକୁ ଆହୁରି ଦୃଢ଼ କରିବା ପାଇଁ ମଙ୍ଗଳବାର ଠାରୁ  ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ।  ହେଲେ ଏହି ଯୋଜନା ଆରମ୍ଭ ହେବା ଫଳରେ ରାଜ୍ୟ ବିଜେପି ବିଚଳିତ ହୋଇପଡିଛି। ଆଉ ଯୋଜନାକ ନେଇ କେଁ ବାହାର କରିବା ଆରମ୍ଭ କରିଦେଇଛି। ଏହି ନୂତନ ଯୋଜନାର ଲୋଗକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆପତ୍ତି ଉଠାଇଛନ୍ତି। ଯାହାକୁ ନେଇ ତାଙ୍କୁ କାଉଣ୍ଟର ଆଟାକ କରିଛି ବିଜେଡି।

    ଶଙ୍ଖ ଓଡିଆ ଜାତି ଓ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ । ଶଙ୍ଖକୁ ବିରୋଧ କରି ଓଡିଆ ସଂସ୍କୃତିକୁ ବିଜେପି ଅପମାନିତ କରୁଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଡକ୍ଟର ଅରୁଣ ସାହୁ। ସେ କହିଛନ୍ତି ପଞ୍ଚାୟତ ବିକାଶର ବାଟ ଓଗାଳୁଛି ବିଜେପି। ଏଭଳି ବିରୋଧର ଜବାବ ଦେବେ ଓଡିଶାବାସୀ। ଶଙ୍ଖ-ଓଡିଆ ଜାତି ଓ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ। ଆମ ପରମ୍ପରା ଅନୁସାରେ ସବୁ ଶୁଭ କାର୍ୟ୍ୟ ଆରମ୍ଭରେ ‘ଶଙ୍ଖ’ ବଜାଯାଏ। ରାଜ୍ୟ ବିଜେପି ନେତା କଣ ଚାହୁଁଛନ୍ତି ଏହା ବନ୍ଦ ହେଉ ? ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରକୁ ଶଙ୍ଖ କ୍ଷେତ୍ର କୁହାଯାଏ। ଏହାର ନାମ ପରିବର୍ତ୍ତନ କରିବାକୁ କଣ ବିରୋଧୀ ଦଳ ଚାହୁଁଛନ୍ତି କି ବୋଲି କହିଛନ୍ତି ଅରୁଣ ସାହୁ।

     କହିଛନ୍ତି ଯେ ଆମ ଓଡିଶା, ନବୀନ ଓଡିଶା-ଓଡିଶାର ଜନସାଧାରଣଙ୍କ ପାଇଁ କରାଯାଉଥିବା କାର୍ୟ୍ୟକ୍ରମ। ଜନତା ନିଜ ପଞ୍ଚାୟତରେ ଯେଉଁ ପ୍ରକଳ୍ପ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, ତାକୁ ଏହି ଯୋଜନାରେ କାର୍ୟ୍ୟକାରୀ କରାଯାଉଛି। ଲୋକଙ୍କ ପାଇଁ ହେଉଥିବା ଭଲ କାମରେ ଶୁଭ ଶଙ୍ଖ ରହିଲେ ରାଜ୍ୟ ବିଜେପି ନେତାଙ୍କୁ କଷ୍ଟ କ’ଣ ପାଇଁ ହେଉଛି ? ପ୍ରତି କଥାରେ ରାଜନୀତି କରିବା ବିରୋଧୀ ଦଳର ଅଭ୍ୟାସ ହୋଇଗଲାଣି।

    ଓଡିଶାରେ ହେଉଥିବା ଦ୍ରୁତ ବିକାଶ ଜନତା ଦେଖୁଛନ୍ତି ଆଉ ଅନୁଭବ ମଧ୍ୟ କରୁଛନ୍ତି। ଯାହା ବିରୋଧୀଙ୍କୁ ଅସହ୍ୟ ହେଉଛି। ତେଣୁ ରାଜ୍ୟ ବିଜେପି ନେତା ଜନ ବିରୋଧୀ କାର୍ୟ୍ୟରେ ନିଜକୁ ସାମିଲ କରି ବିକାଶ ପ୍ରକ୍ରିୟାରେ ବାଧା ଆଣୁଛନ୍ତି। ସାଢେ ୪ କୋଟି ଓଡିଶାବାସୀ ଏଭଳି ଜନ ବିରୋଧୀଙ୍କୁ ଲଗାତାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ଯେଉଁଥିପାଇଁ ବିରୋଧୀ ଦଳ ହତାଶ ହୋଇ ଗଲେଣି ବୋଲି ଅରୁଣ କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook