Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପଞ୍ଚାୟତ ଓ ପୌର ନିର୍ବାଚନ ଘୁଞ୍ଚାଇବାକୁ ସରକାରଙ୍କ ପ୍ଲାନ : ଅରୁଣ ସାହୁ

    Share on :
    ajab-Image
    Date: Oct 8, 2026    Views: 2416

    ଭୁବନେଶ୍ଵର : SEBC କମିଶନ ଗଠନ ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଯେ, ପଞ୍ଚାୟତ ଓ ପୌର ନିର୍ବାଚନ ଘୁଞ୍ଚାଇବାକୁ ସରକାରଙ୍କ ପ୍ଲାନ । SEBC କମିଶନ ଗଠନ କରି ନିର୍ବାଚନ ଘୁଞ୍ଚାଇବାକୁ ସରକାରଙ୍କ ଯୋଜନା । SEBC କମିଶନ ଗଠନ ଦ୍ଵନ୍ଦ ସୃଷ୍ଟି କରୁଛି । ବର୍ତ୍ତମାନ ଜନଗଣନା ଚାଲିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଜାତି ଭିତ୍ତିକ ଜନଗଣନା ହେବ । ବର୍ତ୍ତମାନ SEBC କମିଶନ ଆଉ ଥରେ ସର୍ଭେ କରିବେ କି ? ଏବେ ୱାର୍ଡ, କାଉନସିଲ, ଚେୟାରମ୍ୟାନ ପାଇଁ ସଂରକ୍ଷଣ ବାହାରି ସାରିଛି । SEBCଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ । କେବଳ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଘୁଞ୍ଚାଇବାକୁ ସରକାର ଯୋଜନା କରୁଛନ୍ତି ।

    ବିଜେପି ସାଂସଦ ରବି ନାରାୟଣ ବେହେରା ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି, ଯେକୌଣସି ପଛୁଆ ବର୍ଗର ଲୋକଙ୍କ ପାଇଁ ଆମ ସରକାର ପ୍ରତିବଦ୍ଧ । ପୂର୍ବ ସରକାର ସମୟରେ କେବଳ ରାଜନୈତିକ ଏଜେଣ୍ଡା ନେଇ କାମ କରାଯାଉଥିଲା । ନିଜେ ପ୍ରସଙ୍ଗ ତିଆରି କରି, ନିଜ ଲୋକଙ୍କୁ ଆଗରେ ରଖି ଲୋକଙ୍କୁ ଭ୍ରମିତ କରାଯାଉଥିଲା । କିନ୍ତୁ ଏବେ ଲୋକମାନେ ସବୁ ବୁଝିଗଲେଣି । କିଏ କାମ କରୁଛି ଏବଂ କିଏ କେବଳ ଡ୍ରାମା କରୁଛି, ଲୋକେ ତାହା ଜାଣି ସାରିଛନ୍ତି । ମୋହନ ମାଝୀଙ୍କ ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ପାଇଁ କାମ କରୁଥିବା ସରକାର । ପଛୁଆ ବର୍ଗଙ୍କ ସ୍ୱାର୍ଥ ପାଇଁ ଏସ୍‌ଇବିସି (SEBC) ସମ୍ପର୍କିତ ପଦକ୍ଷେପ, ଉଚ୍ଚ ଶିକ୍ଷା ଏବଂ ମେଡିକାଲ କଲେଜରେ ସଂରକ୍ଷଣ ସହ ବିଭିନ୍ନ କ୍ଷେତ୍ରରେ ରିଜର୍ଭେସନ୍‌ର ବ୍ୟବସ୍ଥା କରାଯାଇଛି । ଗତକାଲି ଏସ୍‌ଇବିସି କମିଶନ୍ ଗଠନ କରାଯାଇଛି ଏବଂ ପଛୁଆ ବର୍ଗଙ୍କ ପାଇଁ ଆଗକୁ ଆହୁରି ଆବଶ୍ୟକ ବ୍ୟବସ୍ଥା କରାଯିବ । ଏହା ହେଉଛି ଆମ ସରକାରର ପ୍ରତିବଦ୍ଧତା ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook