ମୁଖ୍ୟ ଖବର
ଭୁବନେଶ୍ଵର : ବାଲିଅନ୍ତା ବର୍ବରତା ନେଇ ରାଜନୀତି ସରଗରମ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ। କହିଲେ ଆମେ ଯାହା ରିଲ୍ ରେ ଦେଖୁଥିଲୁ ଏବେ ରିଅଲ୍ ରେ ଦେଖୁଛୁ। ସରକାର ସକ୍ଷମ ହୁଅନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ। ନିର୍ବାଚନ ବେଳେ ବିଜେପି ନେତା କହିଲେ ଓଡ଼ିଶା ଏକ ନମ୍ବର ହେବ। ଓଡ଼ିଶା ଏବେ ଅପରାଧ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ହୋଇଛି। ହତ୍ୟା, ଦୁଷ୍କର୍ମ, କିଡନାପରେ ଓଡ଼ିଶା ୧ ନମ୍ବର ହୋଇଛି। ହିଞ୍ଜିଳି, କଣାସ, ଢେଙ୍କାନାଳ ଦୁଷ୍କର୍ମ ଘଟଣା ପରେ ବାଲିଅନ୍ତା ଘଟଣା ମର୍ମନ୍ତୁଦ। ଦୃଶ୍ୟ ଛାତି ଥରାଇ ଦେଲା ଭଳି। ସବୁ ଘଟଣାରେ କ୍ରାଇମ ହେଉଛି ଆଉ ତାର ଭିଡିଓ ମଧ୍ୟ ରେକର୍ଡିଂ ହେଉଛି। ଓଡ଼ିଶା କ'ଣ ୟୁପି ନା ବିହାର ହେଇଗଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ।
ବିଧାୟକ ପୁଣି କହିଛନ୍ତି ଯେ, ପୁଲିସ ଉପସ୍ଥିତିରେ ହତ୍ୟା ହେଉଛି। ପୁଲିସକୁ ଜଣାଇକି ବି ହତ୍ୟା ହେଉଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ସରକାର ନା ସମ୍ବେଦନଶୀଳତା ପ୍ରକାଶ କରୁଛନ୍ତି ନା ଗୁରୁତ୍ୱ ଦେଇ ସମୀକ୍ଷା କରୁଛନ୍ତି। ରାଜ୍ୟକୁ କେବଳ ଜଗନ୍ନାଥ ଭରସା। ନିର୍ବାଚନ ଜିତି ଖୁସି ମନାଉଛନ୍ତି ସରକାର। ଅସୁରକ୍ଷିତ ରାଜ୍ୟରେ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ। ରାଜ୍ୟ ସରକାର ଇସ୍ତଫା ଦିଅନ୍ତୁ। ସରକାର ଆସହାୟ... ସାଧାରଣ ଲୋକ କ'ଣ କରିବେ। ସରକାର ସକ୍ଷମ ହୁଅନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ।
Comments ସମସ୍ତ ମତାମତ