Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆବର୍ଷ ଶୁଭେଚ୍ଛା ନାଁରେ ତେରଛା ବାଣ ମାରିଲେ ଅରୁଣ

    Share on :
    ajab-Image
    Date: Dec 24, 2025    Views: 2967

    ନୂଆବର୍ଷ ଶୁଭେଚ୍ଛା ନାଁରେ ଭୈରବ ପାଣ୍ଡିଆନ ଓ ବିଜେଡିକୁ ତେରଛା ବାଣ ମାରିଲେ ଅରୁଣ । ରାଜ୍ୟରେ ବିଜେଡି ସରକାର ବଦଳିବାର କାରଣ ଲୋକଙ୍କ ଅର୍ଥନୈତିକ ଦୁର୍ଗତି ଯୋଗୁଁ ଅନାସକ୍ତ ବୋଲି ପରୋକ୍ଷରେ ଲେଖିଲେ ବିଧାୟକ ଅରୁଣ ସାହୁ । ଗାଁ ଓ ସହରୀ ଲୋକଙ୍କ ଅର୍ଥନୈତିକ ଦୁର୍ଗତି କଥା ଉଠାଇ ଅରୁଣ ଲେଖିଛନ୍ତି ଏଥିପାଇଁ ଦାୟୀ କିଏ ? ଯେଉଁମାନେ ଦାୟୀ ତାଙ୍କୁ ଏଇମାନେ ଅର୍ଥାତ ଲୋକମାନେ ହିଁ ଦାୟିତ୍ବ ଦିଅନ୍ତି ଏବଂ ଦାୟିତ୍ବ ଦେଇ ସାରି ଆଶ୍ୱସ୍ତ ହୁଅନ୍ତି । କେବେ ଯଦି ଅନାସକ୍ତ ହୁଅନ୍ତି ତେବେ ବଦଳେଇ ଦିଅନ୍ତି । ମାତ୍ର ଅଦଳ ବଦଳରେ ଦାୟୀମାନେ ଖସି ଯାଆନ୍ତି ବୋଲି ଲେଖି ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ।

    ସେହିପରି ସୁଜାତା କାର୍ତ୍ତିକେୟାନଙ୍କ ବିଜେଡି ଏଣ୍ଟ୍ରି ନେଇ ଆଣ୍ଟି-ପାଣ୍ଡିଆନ ଓ ପ୍ରୋ- ପାଣ୍ଡିଆନଙ୍କ ଭିତରେ ମୁହାଁ ମୁହିଁ ସ୍ଥିତି ଲାଗି ରହିଥିବା ବେଳେ ନବୀନ କିନ୍ତୁ ରହିଛନ୍ତି ନିରବ । ପରୋକ୍ଷରେ ଏହି ପ୍ରସଙ୍ଗ ଉଠାଇ ଅରୁଣ ଆହୁରି ଲେଖିଛନ୍ତି ଆଶା ଆଶଙ୍କାରେ ଭବିଷ୍ୟତର ଯାତ୍ରା ପାଇଁ ଆଜି କାହିଁକି ସିଏ Confused ? ଦ୍ଵନ୍ଦାତ୍ମକ ପରିସ୍ଥିତି ଜୀବନର ପ୍ରତିଟି ମୋଡ଼ରେ ଆସେ । ଯେଉଁମାନେ ସରଳ ସମାଧାନ ସୂତ୍ର ଖୋଜି ବାହାର କରିବାରେ ସମର୍ଥ ହୁଅନ୍ତି ସେଇମାନେ ହିଁ ସଫଳ ହୁଅନ୍ତି ।
    ଏବେ ଓଡ଼ିଶାରେ ରାଜନୀତିରେ ସବୁଠାରୁ ଚର୍ଚ୍ଚାର ବିଷୟ ହେଲା ବିଜେଡି । କାରର ଏଠି ଏବେ ଚାଲିଛି ମେଳି ପଲିଟିକ୍ସ । ମେଳି ମେଳି ମେଳି । ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡିରେ ଏବେ ଜୋର ଧରିଛି ମେଳି ପିଲିଟିକ୍ସ । ଆରମ୍ଭ ହୋଇଯାଇଛି ପତିଆରା ଲଢ଼େଇ । ପ୍ରୋ ପାଣ୍ଡିଆନ୍ ଓ ଆଣ୍ଟି ପାଣ୍ଡିଆନଙ୍କୁ ନେଇ ଏବେ ଦଳ ଭିତରେ ମୁହାଁମୁହିଁ ପରିସ୍ଥିତି 

    Maximum 500 characters

    ରାଜନୀତି View all

    Find Us on Facebook