Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିର ମିଛ କାହାଣୀକୁ ବିଜେଡ଼ି ସତ ଜବାବ ଦେବ : ଅରୁଣ

    Share on :
    ajab-Image
    Date: May 28, 2025    Views: 3058

    ଭୁବନେଶ୍ବର : ବିଜେପି ସରକାରର ସଫଳତା ଉତ୍ସବ ପାଳନକୁ କାଉଣ୍ଟର କରିବ ବିଜେଡ଼ି। ଏନେଇ ଆଜି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ରାଜ୍ୟ ସରକାର ଗୋଟିଏ ବର୍ଷ ପୂରଣ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମେ ମଧ୍ୟ ପ୍ରସ୍ତୁତ ହେଉଛୁ ତାଙ୍କ ମୁଖା ଖୋଲିବାକୁ।
    ଜୁନ ୧୨ରେ ଓଡିଶା ଦେଖିବ ନୂଆ ନାଟକ। ନାଟକର ନାଁ ହେଲା ମିଛ କାହାଣୀ କୁ ସତ ଜବାବ। ବିଜେପିର ମିଛ କାହାଣୀକୁ ବିଜେଡ଼ି ସତ ଜବାବ ଦେବ। ମଇଦାନ ପଡିଚି। ଓଡିଶାର ଜନତା ବିଜେଡ଼ିର ସ୍ଵର ସାଜିବେ। ବିଜେପି ଘରେ ଘରେ ରାସ୍ତା ଘାଟରେ ପ୍ରଚାର କରୁଛନ୍ତି। ତାଙ୍କର ସଭାରେ ଚେୟାର ଖାଲି ପଡୁଚି। ଦେଖାଯାଉ ଜୁନ ୧୨ ତାରିଖ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବରେ କଣ ହେଉଛି। ଅପେକ୍ଷା କରନ୍ତୁ,ବିଜେଡ଼ି ଜବାବ ଦେବ ବୋଲି ଅରୁଣ ସାହୁ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook